ସମାଜସେବୀ ସୂର୍ଯ୍ୟନାରାୟଣ ଦାସଙ୍କ ପରଲୋକ
ବାଲେଶ୍ୱର, (ସରୋଜ ପଣ୍ଡା) : ଖଇରା ବ୍ଲକ ମେଦିନିପୁର ଗ୍ରାମର ଅବସରପ୍ରାପ୍ତ ରାଜସ୍ୱ ପର୍ଯ୍ୟବେକ୍ଷକ ସମାଜସେବୀ ସୂର୍ଯ୍ୟନାରାୟଣ ଦାସଙ୍କ ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସୋମବାର ଅପରାହ୍ଣରେ ବାସଭବନରେ ଥିବା ବେଳେ ସେ ଇହଧାମ ପରିତ୍ୟାଗ କରିଥିଲେ । ମୃତ୍ୟୁବେଳକୁ ତାଙ୍କର ତିନିପୁଅ ମିହିର ଦାସ, ଶିଶିର ଦାସ, ସମୀର ଦାସ, ବୋହୂ ପ୍ରଣତି ଦାସ, କନକଲତା ଦାସ ଓ ଶାଶ୍ୱତି ଦାସଙ୍କ ସମେତ କନ୍ୟା ରେଣୁବାଳା, ରଶ୍ମିବାଳା ଓ ରଠଜନବାଳା; ଜ୍ୱାଇଁ ମୃତ୍ୟୁଞ୍ଜୟ ରାୟ, ସୁଦର୍ଶନ ମହାନ୍ତି ଓ ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ । ସେହିଭଳି ପୁତୁରା ବିଜୟ ଦାସ, ଶିବନ ଦାସ, ବିନୋଦ ଦାସଙ୍କ ସମେତ ନାତି ନାତୁଣୀ, ସମ୍ପର୍କୀୟ ଓ ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ । ବାସଭବନ ସଂଲଗ୍ନ ବାଡ଼ିରେ ଶୋକାକୂଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ଼ପୁତ୍ର ଅବସରପ୍ରାପ୍ତ ଶିକ୍ଷାଧିକାରୀ ମିହିର କୁମାର ଦାସ ମୁଖାଗ୍ନି ଦେଇଥିଲେ । ଜଣେ ପରୋପକାରୀ, ମେଳାପୀ ତଥା ଦରଦୀ ବ୍ୟକ୍ତିତ୍ୱ ଭାବେ ସୂର୍ଯ୍ୟନାରାୟଣ ଦାସଙ୍କ ବିୟୋଗରେ ମେଦିନପୁର ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।


