ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସମନ୍ୱୟ ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ସ୍ଥାନୀୟ ଥାନା ପରିସରରେ ଗୁରୁବାର ଛତ୍ରପୁର ବ୍ଲକସ୍ତରୀୟ ପୋଲିସ ଓ ପ୍ରଶାସନର ସମନ୍ୱୟ ବୈଠକ ଛତ୍ରପୁର ଏସଡିପିଓ ଗୈାତମ କିଷାନଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ, ଗଂଜାମ ଥାନା ଅଧିକାରୀ ଶୂଭେନ୍ଦୁ କୁମାର ସାହୁ , ଚମାଖଣ୍ଡି ଥାନା ଅଧିକାରୀ ସିତାଶୁଂ ଶେଖର ମାନ୍ଧାତା ଓ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ମମତା ସାମନ୍ତରାୟ ଉପସ୍ଥିତ ରହି ଛତ୍ରପୁର ବ୍ଲକ ଅଂଚଳରେ କିପରୀ ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ସେଥି ନିମନ୍ତେ ସମସ୍ତ ଦିଗ ଉପରେ କିପରୀ କାର୍ଯ୍ୟ କରାଯିବ ସେ ସଂପର୍କ ଆଲୋଚନା କରିଥିଲେ । ଛତ୍ରପୁର ବ୍ଲକ ଅଂଚଳରେ ୨୮୨ଟି ବୁଥ୍ ରହିଛି । ନିର୍ବାଚନ ପୂର୍ବରୁ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ବୁଥ ଗୁଡିକ ବୋଲି ତାହାର ସ୍ଥିତ ଅନୁଧ୍ୟାନ କରିବା ସହିତ ସମ୍ବେଦନଶୀଲ ବୁଥ୍ ଗୁଡିକ ଚିହ୍ନଟ କରିବା, ନିର୍ବାଚନ ସମୟରେ ବିଶୃଙ୍ଗଳା କରୁଥିବା ବିଶୃଙ୍ଖଳାକାରୀ ମାନଙ୍କୁ ଚିହ୍‌ଟ ସେମାନଙ୍କ ଉପରେ ତୀକ୍ଷଣ ନଜର ରଖିବା , କୋଭିଡ ନୀୟମ ଅନୁଯାୟି ନିର୍ବାଚନ କିପରୀ ହେବ, ନିର୍ବାଚନ ଆଚରଣ ବିଧି ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ଏବଂ ନାଇଟ କର୍ଫ୍ୟୁ କିପରୀ ଗ୍ରାମାଞ୍ଚଳରେ କଡାକଡି ପାଳନ କରାଯିବ ସେ ସଂପର୍କ ମଧ୍ୟ ସମସ୍ତ ଅଧିକାରି ନିଜନିଜ ମତ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ