ବିଜୁ ଜନତା ଦଳ ର ନବନିଯୁକ୍ତ ରାଜ୍ୟ ସମ୍ପାଦକ ଦିଲ୍ଲୀପ ସାହୁ ଙ୍କୁ ସମ୍ବର୍ଦ୍ଧନା

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :ବିଜେଡି ସୁପ୍ରିମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ କିଛି ବରିଷ୍ଠ ନେତାଙ୍କୁ ରାଜ୍ୟ ବିଜୁ ଜନତା ସାଙ୍ଗଠନିକ ପଦ ପଦବୀରେ ନିଯୁକ୍ତି ଦେଇଛନ୍ତି । ସେମାନଙ୍କ ମଧ୍ୟରେ କରଂଜିଆର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀଯୁକ୍ତ ଦିଲ୍ଲୀପ ସାହୁ ଙ୍କୁ ରାଜ୍ୟ ସମ୍ପାଦକ ପଦବୀ ରେ ନିଯୁକ୍ତ କରିଥିବା ଦଳର ସାଧାରଣ ସମ୍ପାଦକ (ମିଡ଼ିଆ ଦାୟିତ୍ୱ ) ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମ ରେ ପ୍ରକାଶ କରିଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ କରଞ୍ଜିଆ ରେ ବିଜେଡି କର୍ମୀ ମାନେ ଖୁସି ପ୍ରକାଶ କରିଛନ୍ତି । ଆଜି ନବନିଯୁକ୍ତ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ ସାହୁ ଙ୍କୁ କରଞ୍ଜିଆ ବିଜେଡି ତରଫରୁ କରଞ୍ଜିଆ ମାଣିକ ଛକ ସ୍ଥିତ ପ୍ରଶାନ୍ତି କନକ୍ଳେଭ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭା ରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ,ପୂର୍ବତନ ନଗରପାଳ ପ୍ରେମଜିତ ସାହୁ, ଠାକୁରମୁଣ୍ଡା ବ୍ଲକ ଅଧକ୍ଷ ପ୍ରଶାନ୍ତ ବେହେରା, କରଞ୍ଜିଆ ବ୍ଲକ ଅଧକ୍ଷ ହରିଶ ନାୟକ, ଜିଲ୍ଲା ଛାତ୍ର ସଭାପତି ଅନିଷ ମାନ୍ନା, ବରିଷ୍ଠ ନେତା ଗିରିଧାରୀ ପୃଷ୍ଟି, ବିଶ୍ୱଜିତ ଚୌଧୁରୀ, ସ୍ୱରୂପ ପରିଜା, ବିଦେଶୀ ରାଜ, ନଗର ଯୁବ ସଭାପତି ସତ୍ୟାନନ୍ଦ ଜେନା, ସାଂସଦ ପ୍ରତିନିଧି ଜିତେନ୍ଦ୍ର ରାଜ, ଠାକୁରମୁଣ୍ଡା ର ବରିଷ୍ଠ ନେତା ବସନ୍ତ ପବର୍ତ୍ତୀ, ଜିଲ୍ଲାପରିଷଦ ସଭ୍ୟ ସାମାୟ ପୂର୍ତ୍ତି,ସୁନୀଲ ସାହୁ, ଯୁବ ନେତା ମହେଶ୍ୱର ନାୟକ, ଏସ.କେ ସୁଲେମାନ,ଭାରତୀ ରାଜ ଙ୍କ ସହିତ ବହୁ ନେତା ଓ କର୍ମୀ ଯୋଗ ଦେଇ ଶ୍ରୀଯୁକ୍ତ ସାହୁ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ନିଜ ପ୍ରତିକ୍ରିୟା ରେ ନବ ନିଯୁକ୍ତ ବିଜେଡି ରାଜ୍ୟ ସମ୍ପାଦକ ଦିଲ୍ଲୀପ ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ମୟୁରଭଞ୍ଜ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଙ୍କୁ କୃତଜ୍ଞନ୍ତା ଜଣାଇଛନ୍ତି । ଦଳ ଦେଇଥିବା ଗୁରୁଦାୟିତ୍ୱ କୁ ସୁଚାରୁ ରୂପେ ତୁଲାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ମୟୁରଭଞ୍ଜ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଙ୍କ ଦିଗଦର୍ଶନ ରେ ସମସ୍ତ କର୍ମକର୍ତା ଓ କର୍ମୀ ଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ଶ୍ରୀଯୁକ୍ତ ଦିଲ୍ଲୀପ ସାହୁ ଛାତ୍ର ଜୀବନରୁ ବିଜୁ ବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଜନତା ଦଳ ସମୟରୁ ଅଦ୍ୟାବଧି କାର୍ଯ୍ୟ କରୁଛନ୍ତି । ସେ ଏହା ପୂର୍ବରୁ ଜିଲ୍ଲା ଉପସଭାପତି, ଜିଲ୍ଲା ସଂଯୋଜକ,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଓ ବର୍ତମାନ ବିଶୋଇ ବ୍ଲକ ସଂଯୋଜକ ଭାବେ ସୂଚାରୁ ରୂପେ କାର୍ଯ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ