ଆଜୀବନ କୟଦୀଙ୍କ ଡାକ୍ତରଖାନାରେ ଚିକିତ୍ସାଧୀନ ମୃତ୍ୟୁ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ଠାରେ ଗତକାଲି ବିଳମ୍ବିତ ରାତି ଅଢେଇଟା ପାଖାପାଖି ସମୟରେ ଶୌଚାଳୟ ଯାଇ ଅସୁସ୍ଥ ହୋଇଥିଲେ । ପରେ ଜେଲର, ଫାର୍ମାସିଷ୍ଟ ପ୍ରମୁଖ ତାଙ୍କୁ ନେଇ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତି କରାଇଥିଲେ । ପରେ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଡମାନ ମାରାଣ୍ଡି ୨୦୧୪ରେହତ୍ୟା ଅଭିଯୋଗରେ ୨୦୧୬ରୁ ଆଜୀବନ ସଜା କାଟି ଆସୁଥିଲେ । ସୂଚନାଯୋଗ୍ୟ ଦେହ ଅସୁସ୍ଥ ଥିବାରୁ ସଂଜ୍ଞାହୀନ ହୋଇ ପଡିଯାଇଥିଲେ ଏହା ପରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାକ୍ରମେ କଏଦିଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ମୃତକଙ୍କ ଘର ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଗତ ସାପଘେରା ଗ୍ରାମ। ୨୦୧୪ ମସିହାରେ ହତ୍ୟା ଅଭିଯୋଗରେ ହାଜତକୁ ଅଣା ଯାଇଥିଲା ପରେ ୨୦୧୬ ମସିହାରେ ମାନ୍ୟବର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଦଣ୍ଡ ବିଧାନ କରିଥିଲେ । ଏହାକୁ ନେଇ ଥାନାରେ ୧/୨୨ଏକ ଅପମୃତ୍ୟୁ ମାମଲ ରୁଜୁ କରାଯାଇଛି । ସାଇଣ୍ଟିଫିକ ଟିମ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ କରାଯାଉଛି । ଘର ଲୋକେ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ପହଞ୍ଚି ନ ଥିଲେ ।


