ଶ୍ରୀବଳଦେବଜୀଉ ମନ୍ଦିର ଅଞ୍ଚଳରେ ୧୪୪ଧାରା ଜାରି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଓ ତା’ର ନିକଟବର୍ତ୍ତୀ ୫ଶହ ମିଟର ବ୍ୟାସର୍ଦ୍ଧ ପରିମିତ ବିଜେ ଇଛାପୁର, ସମଗ୍ର ରଥଦାଣ୍ଡ ଏବଂ ମାଉସୀମା ମନ୍ଦିର ପରିସୀମା ଅଞ୍ଚଳରେ ଜାନୁଆରୀମାସ ୧୨ତାରିଖ ରାତି ୯ଟା ଠାରୁ ଜାନୁଆରୀମାସ ୧୫ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ୧୪୪ଧାରା ଲାଗୁ କରାଯାଇଛି । ମକର ସଂକ୍ରାନ୍ତୀ ଉପଲକ୍ଷେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ କେବଳ ସେବାୟତ ଓ ନିଯୁକ୍ତ ସରକାରୀ କର୍ମଚାରୀମାନଙ୍କ ବ୍ୟତିତ କୈାଣସି ଶ୍ରଦ୍ଧାଳୁ ଏବଂ ଜନସାଧାରଣଙ୍କ ସମାଗମକୁ ବାରଣ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ-୧୯କୁ ଏକ ମହାମାରୀ ଭାବେ ଘୋଷଣା କରିଥିବାରୁ ଏବଂ ଓଡିଶା ସରକାର ଏହାକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଥିବାରୁ ସର୍ବସାଧାରଣ ସ୍ଥାନରେ ଜନସମାଗମକୁ ପ୍ରତିହତ କରିବା ପାଇଁ ବିଶେଷ କରି ମକରସଂକ୍ରାନ୍ତୀକୁ ଆଖି ଆଗରେ ରଖି କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଫୈାଜଦାରୀ ପ୍ରକ୍ରିୟା ସଂହିତା ଅନୁଯାଇ ୧୪୪ଧାରା ଲାଗୁ କରିବା ପାଇଁ ନିର୍ଦେଶ ଜାରି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ