ମକରବୁଡ଼

ବିପିନ ବିହାରୀ ମହାନ୍ତି
ବିପିନ ବିହାରୀ ମହାନ୍ତି

ବିପିନ ବିହାରୀ ମହାନ୍ତି
ମକର ସଂକ୍ରାନ୍ତି ଦିନଠୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୁଏ । ସୂର୍ଯ୍ୟଙ୍କର ଦୁଇଟି ଗତି ଅଛି । ଏହି ଗତି ଅନୁସାରେ ସୂର୍ଯ୍ୟ ବିଷୁବ ରେଖା ଉପରେ ଦୁଇଦିନ ରୁହନ୍ତି : ମାର୍ଚ୍ଚ ୨୧ ଏବଂ ସେପ୍ଟେମ୍ବର ୨୩ । ଏହି ଦୁଇଦିନ ପୃଥିବୀର ଦିନରାତ୍ର୍ର ସର୍ବତ୍ର ସମାନ । ଅନ୍ୟଥା ସୂର୍ଯ୍ୟଙ୍କର ସ୍ଥିତିର ବ୍ୟତିକ୍ରମ ଅଛି । ସୂର୍ଯ୍ୟ ସିଦ୍ଧାନ୍ତମତେ ଦକ୍ଷିଣାୟନଗତି ଏବଂ ଉତ୍ତରାୟଣ ଗତି ଯଥାକ୍ରମେ କର୍କଟ ସଂକ୍ରାନ୍ତି ଏବଂ ମକର ସଂକ୍ରାନ୍ତି ଦିନ କରିବା ବିଧି ବର୍ଣ୍ଣିତ ହୋଇଛି ।
ଞ୍ଚ ‘ମିଥୁନଂ ତୁ ପରି ତ୍ୟଜ୍ୟ ଯଦା କର୍କଟେ ଗୋ ରବିଃ
ଅୟନାଖ୍ୟଂ ହରେଃପୂଜା କୁର୍ଯ୍ୟାନଙ୍ଗଳପ୍ରାପ୍ତୟେ ।ା
ଞ୍ଚ କାମୁକଂ ପରିତ୍ୟଜ୍ୟ ମୃଗଂଗଚ୍ଛେତ ଯଦାରବିଃ
ଉତ୍ତରାୟଣ ସଂଜ୍ଞଃ ସ୍ୟାଦୁତ୍ସବଂ କାରୟେଦ୍ଧରେଃ ।ା
ଏହିଦିନ ଚନ୍ଦ୍ର ମୃଗଶିରା ନକ୍ଷତ୍ରରୁ ବିଦାୟ ନେଇ ପୁଷ୍ୟାକୁ ଏବଂ ସୂର୍ଯ୍ୟ ଧନୁରାଶିରୁ ମକର ରାଶିକୁ ଚଳିବେ । ଦେବୀ ପୁରାଣମତେ ଏହିଦିନ ତୀର୍ଥସ୍ଥାନମାନଙ୍କରେ ବୁଡ଼ ପକାଇଲେ, ସାତଜନ୍ମ ଯାଏଁ ନୀରୋଗ ଏବଂ ଧନବାନ୍ ହେବାକୁ ହୁଏ । ଏବୁଡ଼କୁ ନେଇ ଏକ ସୁନ୍ଦର କାହାଣୀ ଅଛି ।
ସୂର୍ଯ୍ୟବଂଶୀ ରାଜା ଭରତ । ତାଙ୍କ ନାମାନୁସାରେ ଆମ ଦେଶର ନାମ ଭାରତ । ତତ୍‌କାଳୀନ ଭାରତର ରାଜଧାନୀ ଥିଲା ଅଯୋଧ୍ୟା । ଭରତ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଧର୍ମଶୀଳ ରାଜା ଥିଲେ । ଅନୁରୂପ ତାଙ୍କ ପୁତ୍ର ଅସୀତ୍ ବି ଧର୍ମାନୁରାଗୀ ଥିଲେ; କିନ୍ତୁ ସେ ପରାକ୍ରମୀ ନଥିବା ହେତୁ ଶତ୍ରୁମାନଙ୍କ ଦ୍ୱାରା ପରାଜିତ ହୋଇ ବନଗାମୀ ହେଲେ । ତାଙ୍କର ଦୁଇ ରାଣୀ ଥିଲେ । ପରିବାର କଳହରୁ ଜଣେ ବିଷପାନ କଲେ । ଅନ୍ୟଜଣକ ଓøରସରୁ ଜନ୍ମନେଲେ ସଗର । ତାଙ୍କର ମଧ୍ୟ ଦୁଇ ପତ୍ନୀ ଥିଲେ । ପ୍ରଥମ ପତ୍ନୀଙ୍କ ଓøରସରୁ ୬୦ହଜାର ପୁତ୍ର ଜନ୍ମ ନେଲେ । ଦ୍ୱିତୀୟଙ୍କ ଏକମାତ୍ର ସନ୍ତାନ । ତାଙ୍କ ନାମ ଥିଲା ଅସମଜ୍ଞ ।
ସଗର ଅଶ୍ୱମେଧ ଯଜ୍ଞ ନିମନ୍ତେ ଏ ଷାଠିଏ ହଜାର ପୁତ୍ରଙ୍କୁ ଅଶ୍ୱକୁ ଅ ନ୍ୱେଷଣ କରିବାକୁ ନିର୍ଦ୍ଦେଶ ଦେଲେ । କାଳେ ଅଶ୍ୱମେଧ ଯଜ୍ଞକରି, ସଗର ସ୍ୱାର୍ଗାଧିପତି ହୋଇଯିବେ ସେ ଭୟରେ ଇନ୍ଦ୍ର ଚକ୍ରାନ୍ତ କରି ଅଶ୍ୱଟିକୁ ପାତଳପୁରୀ କପିଳମୁନିଙ୍କ ଆଶ୍ରମକୁ ପଠାଇଦେଲେ । ସଗର ପୁତ୍ରମାନେ ଅଶ୍ୱକୁ ଖୋଜିଖୋଜି ସେଠି ପହଞ୍ôଚଲେ ଏବଂ ମୁନିଙ୍କୁ ଚୋର ବୋଲି କହି ଦୋଷାରୋପ କରିବାରୁ, ସେ ଅଭିଶାପ ଦେଇ
ସେମାନଙ୍କୁ ଭସ୍ମ କରିଦେଲେ । ଏମାନେ ନ ଫେରିବାରୁ ସଗର ଦ୍ୱିତୀୟ ପତ୍ନୀଙ୍କ ପୁତ୍ର ଅସମଜ୍ଞଙ୍କ ପୁତ୍ର ଅର୍ଥାତ୍ ନାତି ଅଂଶୁମାନଙ୍କୁ ସେମାନଙ୍କ ଅନ୍ୱେଷଣରେ ପଠାଇଲେ ଏବଂ ଏ ସତ୍ୟ ଆବିଷ୍କାର କରି ସଗରଙ୍କୁ ଜଣାଇଲେ । ତେବେ ପିତୃଭ୍ୟମାନଙ୍କ ଉଦ୍ଦେଶ୍ୟରେ ଜଳତର୍ପଣ କରିବାକୁ ଗଲାବେଳେ, ଗୋଟିଏ ପକ୍ଷୀ ଅଂଶୁମାନଙ୍କୁ କହିଥିଲା ଯେ ଜଳ କି ତିଳତର୍ପଣ ନୁହେଁ, ସେମାନଙ୍କର ମୁକ୍ତି ପାଇଁ ଗଙ୍ଗାଙ୍କର ପବିତ୍ର ଧାରାର ସ୍ପର୍ଶ ଦରକାର ଅଛି । ସେଥିପାଇଁ ଅଂଶୁମାନ କଠୋର ତପସ୍ୟା କଲେ ମଧ୍ୟ, ତାହା ନିରର୍ଥକ ହେଲା । ତା’ପରେ ତାଙ୍କ ପୁତ୍ର ଦିଲ୍ଲୀପ ମଧ୍ୟ ଚେଷ୍ଟା କରି ବିଫଳ ହେଲେ । ସେ ନିଃସନ୍ତାନ ଥିଲେ । ତାଙ୍କର ଦୁଇ ବିଧବା ପତ୍ନୀ ଭଦ୍ରା ଓ ସୁଭଦ୍ରାଙ୍କୁ ବଂଶରକ୍ଷା ନିମନ୍ତେ ପ୍ରେମାବଦ୍ଧ ହେବାକୁ ଏ୍ୟୌବଋଷି ପରାମର୍ଶ ଦେଲେ । ସେମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ହେଲେ ଏବଂ ମାଂସପିଣ୍ଡୁଳାଟିଏ ଜନ୍ମ ଦେଲେ । ପୁଣି ଋଷିଙ୍କ ପରାମର୍ଶ କ୍ରମେ ରାଣୀ ତାକୁ ରାଜପଥରେ ଶୁଆଇ ଦେଲେ । ସେହି ସମୟରେ ଅଷ୍ଟବକ୍ର ଋଷି ଯାଉଥିବା ବେଳେ ମାଂସ ପୁଣ୍ଡୁଳିଟି ଦୃଷ୍ଟିଗୋଚର ହେଲା । ସେହି ମାଂସ ପିଣ୍ଡୁଳାଟିର ଅସ୍ତିର ରୂପ ଦେଖି କାଳେ ଏହା ତାଙ୍କୁ ବିଦ୍ରୁପ କରୁଛି ବୋଲି ଭାବି ସେ ଅଭିଶାପ ଦେଲେ । କହିଲେ : ଉପହାସ କରୁଥିଲେ ଧ୍ୱଂସ ପାଇଯାଅ ।’ ନୋହିଲେ ପାଲଟିଯାଅ ଦିବ୍ୟ ପୁରୁଷ ।
ଅଭିଶାପ ଆଶୀର୍ବାଦ ହେଲା । ସେ ହେଲେ ଭଗୀରଥ ।
ଭାଗୀରଥ ପୁର୍ବ ପୁରୁଷଙ୍କ କାହାଣୀ ଶୁଣିଲେ ଏବଂ ସେମାନଙ୍କ ପାପଗ୍ରସ୍ତ ଦଗ୍‌ଧ ଶରୀର ଓ ଆତ୍ମାର ମୁକ୍ତି ନିମନ୍ତେ ପ୍ରତିଶ୍ରୁତି ବଦ୍ଧ ହେଲେ । ସେଥି ନିମନ୍ତେ ସେ ନିର୍ଘାତମୁନି, କପିଳାସ, ପ୍ରଜାପତି, ବୈକୁଣ୍ଠପୁରୀ ମେରୁଗିରି, ଏ୍ୟୌରାବତ, ଇନ୍ଦ୍ରପୁରୀ, ରୁଦ୍ରପୁରୀ, ଜହ୍ନଋଷି, ଯମୁନା, ସରସ୍ୱତୀ ଏବଂ ମାଧବ ନାରାୟଣ ଇତ୍ୟାଦି ଧାମରେ ୧୨ବର୍ଷ ଲେଖାଏଁ ଧରି ୧୪୪ବର୍ଷ ତପଶ୍ମାରଣ କରିଛନ୍ତି :
ଘୋର କଷ୍ଠରେ ତପକରି ଜଳ ପବନ ପତ୍ରଚରି
ଅଇରାବତେ ଦନ୍ତାଘାତେ ଗଙ୍ଗାବାହାରି ଗିରିପଥେ
ଆକାଶ ପଥେ ଗଙ୍ଗାଆଣି ପ୍ରବେଶ କଲୁତୁ ଧରଣୀ ।
ଗଂଗାଙ୍କ ସହିତ ପୂର୍ବ ପ୍ରତିଶ୍ରୁତି ଅନୁସାରେ ଭଗୀରଥ ବାଟକଢ଼ାଇ ଆଗେ ଆଗେ ଶଙ୍ଖ ଫୁଙ୍କି ଫୁଙ୍କି ଚାଲିଲେ । ତାଙ୍କ ସହିତ ଅନ୍ୟମାନେ ମିଶି ପଞ୍ଚତୀର୍ଥ ହେଲେ :
ଗଙ୍ଗା ଯମୁନା, ଭାଗୀରଥୀ ଗୟା ସଂଗମ ସରସ୍ୱତୀ
ଏ ପଞ୍ଚତୀର୍ଥ ଏକମେଳେ ମିଳନ୍ତି ଯାଇ ସିନ୍ଧୁଜଳେ ।ା
ପୂର୍ବ ସର୍ତ୍ତାନୁସାରେ ସେଠାରେ ପ୍ରଥମେ ଭଗୀରଥ ପିତୃପୁରୁଷଙ୍କ ଅଭିଷପ୍ତ ଜ୍ୱଳନ୍ତ ଅଗ୍ନିକୁ ଲମ୍ଫପ୍ରଦାନ କଲେ । ପରେ ପରେ ଗଙ୍ଗାମାତା । ଏହିପରି ଅଭିଶପ୍ତ ସଗର କୁଳ ଉଦ୍ଧାରିଲେ ଭଗୀରଥ ।
ଗଙ୍ଗାଙ୍କର ସାଗର ସହିତ ସଙ୍ଗମସ୍ଥଳି ହିଁ ଗଙ୍ଗାସାଗର । ମକର ସଂକ୍ରାନ୍ତିରେ ଦେବୀ ଗଙ୍ଗାଙ୍କ ଧାରା ସଗରମାନଙ୍କୁ ମୁକ୍ତ କରିଥିଲା ବୋଲି ଏହା ଏକ ପବିତ୍ର ଦିବସ । ଏହାକୁ ଏକ ପୂଣ୍ୟତିଥି ମନେକରି ଏଠାରେ ଓ ବିଭିନ୍ନ ନଦ ନଦୀରେ ମକର ବୁଡ଼ ପକାଯାଏ ।
ଏହି ବୁଡ଼ ପରାଗତ ପିତୃ ପରୁଷଙ୍କର ମୋକ୍ଷାର୍ଥେ ପ୍ରଚଳିତ ବୋଲି ଲୋକଙ୍କ ବିଶ୍ୱାସରେ ଅଛି । ଏଣୁ ମକର ସଂକ୍ରାନ୍ତି ଦିବସରେ ପ୍ରାତଃକାଳେ ନଦନଦୀ ଅଥବା ଜଳାଶୟରେ ସ୍ନାନ ପୂର୍ବକ ଯଦି ଯଥାବିଧି ସୂର୍ଯ୍ୟ ନାରାୟଣଙ୍କର ପୂଜାର୍ଚ୍ଚନା କରାଯାଏ, ଅଶେଷ ପୁଣ୍ୟ ହେବ ବୋଲି ପୁରାଣ କୁହେ ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା ।
ମୋ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ