ନିଳୋକ ପଞ୍ଚାୟତରେ ବିଜେଡି ସମର୍ଥୀତ ପ୍ରାର୍ଥୀ ଘୋଷଣା
ବନ୍ତ, (ଚାନ୍ଦିନୀ ମହାନ୍ତି) :ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ବିଜେଡି ସମର୍ଥୀତ ପ୍ରାର୍ଥୀ ଘୋଷଣା କାର୍ଯ୍ୟ ଶେଷ ହୋଇଛି । ରାଜ୍ୟ ବିଜେଡି ସଂପାଦକ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲଙ୍କ ଉପସ୍ଥିତିରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ମୀନକେତନ ଜେନା ଓ ସରପଞ୍ଚ ପ୍ରାର୍ଥିନୀ ଭାବେ ରଜନୀ ସେଠୀଙ୍କ ନାମ ଘୋଷଣା କରାଯାଇଥିଲା । ବୈଠକରେ ପଞ୍ଚାୟତ ବିଜେଡି ସଭାପତି ପଦ୍ମନାଭ ବାରିକ, ସରପଞ୍ଚ ଅଶୋକ କୁମାର ମହାନ୍ତି, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ବଟକୃଷ୍ଣ ମହାନ୍ତି, ସୁଶାନ୍ତ କୁମାର ସାହୁ, ବାଇଧର ରାଜ, ନିଳକଣ୍ଠ ମିଶ୍ର, ନାରାୟଣ ଚନ୍ଦ୍ର ଦାଶ, ପ୍ରଫୁଲ୍ଲ କୁମାର ମହାନ୍ତି, ନାରାୟଣ ଚନ୍ଦ୍ର ଦ୍ୱିବେଦୀ, ହୃଷିକେଶ ସାହୁ, ଧନେଶ୍ୱର ଖିଲାର, ପ୍ରଫୁଲ୍ଲ ଲେଙ୍କା, ପର୍ଶୁରାମ ବାରିକ, ଭାସ୍କର ଲେଙ୍କା, ପର୍ଶୁରାମ ନାୟକ, କାଳନ୍ଦି ସାହୁ, ନକୁଳ ଚରଣ ଖିଲାରଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।


