ଜିଲ୍ଲା ପରିଷଦ ଦୌଡରେ ଆଇନଜୀବୀ ଶୁସାନ୍ତ କୁମାର ମଲ୍ଲିକ
ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ବ୍ଲକ୍ ଅନ୍ତର୍ଗତ ଜାଗିଲି ଡେଙ୍ଗାପଦର ଗ୍ରାମର ବିଶିଷ୍ଟ ଆଇନଜୀବୀ ସୁଶାନ୍ତ କୁମାର ମଲ୍ଲିକ ୪୦ ନମ୍ୱର ଜୋନ ଜିଲ୍ଲା ପରିଷଦ ପଦବୀ ଦୌଡରେ ଥିବା ଜଣାପଡିଛି । ପଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ଯୁବ ଆଇନଜୀବୀ ସୁଶାନ୍ତ ନିଜ ଦକ୍ଷତା ଯୋଗୁଁ ଦିଲ୍ଲୀର ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ଭାବେ କାର୍ଯ୍ୟ କରି ପୋଲସରା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି । ଏକ କୃଷକ ପରିବାରରେ ଜନ୍ମ ନେଇଥିବା ସୁଶାନ୍ତ ସର୍ବୋଚ୍ଚ ନ୍ୟାୟାଳୟରେ ଦୀର୍ଘ ୨୨ ବର୍ଷ ଧରି ଆଇନଜିବୀକୁ ପେଶା କରିଥିବ ବେଳେ ୪୭ଟି ଦେଶ ପରିଭ୍ରମଣ କରି ଅନ୍ତଃରାଷ୍ଟ୍ରୀୟ ଆଇନ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହା ସହିତ ଆନ୍ତରାଷ୍ଟୀୟ ମାନବ ଅଧିକାର ଓ ଆନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସରେ ଜେନେଭା ଓ ଲଣ୍ଡନରେ ଆୟୋଜିତ ସମ୍ମିଳନୀରେ ନିଜର ପରାକାଷ୍ଠା ପ୍ରତିପାଦନ କରିଥିଲେ । ତାଙ୍କ ମତରେ ଓକିଲାତି ମାଧ୍ୟମରେ ଜଣେ ଲୋକକୁ ନ୍ୟାୟ ଦିଆଯାଇ ପାରିବ କିନ୍ତୁ ସମାଜ ସେବା ମାଧ୍ୟମରେ ମାନବ ଜାତିର ସେବା ପାଇଁ ରାଜନୀତି ହିଁ ଉତ୍ତମ ମାଧ୍ୟମ ଅଟେ। ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀକାନ୍ତ ସାହୁଙ୍କ କାର୍ଯ୍ୟଦକ୍ଷତା ଓ ଜନସମ୍ପର୍କରେ ଆକୃଷ୍ଟ ହୋଇ ଗତବର୍ଷ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜକୁ ସାମିଲ୍ କରିବା ପାଇଁ ୪୦ ନମ୍ୱର ଜୋନ ଜିଲ୍ଲା ପରିଷଦ ପାର୍ଥୀ ହେବାକୁ ନିଜକୁ ପ୍ରସ୍ତୁତ କରୁ ଛନ୍ତି । ସେ ପୋଲସରା ବିଧାୟକ ଶ୍ରୀ ସାହୁ ଓ ବିଜେଡ଼ି ସୁପ୍ରିମୋ ନବୀନ ବାବୁଙ୍କ ନିକଟରେ ନିଜ ପାର୍ଥିତ୍ଵ ସଂପର୍କରେ ଅବଗତ କରାଇଥିବା ପ୍ରକାଶ କରିଛନ୍ତି । ଦଳ ପକ୍ଷରୁ ସୁଯୋଗ ଦେଲେ ସେ ଜନସେବା ପାଇଁ ଅଧିକ ସମୟ ବିନିଯୋଗ କରିପାରିବେ ବୋଲି କହିଛନ୍ତି ।


