ବ୍ୟାସକବି ନଗର ବିକାଶ ପରିଷଦ ପକ୍ଷରୁ ଫକୀର ମୋହନ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା) : ବ୍ୟାସକବି ନଗର ବିକାଶ ପରିଷଦ’ ପକ୍ଷରୁ ପ୍ରତିବର୍ଷ ଭଳି ସ୍ଥାନୀୟ ଶିବମନ୍ଦିର ପରିସରରେ ଫକୀରମୋହନ ଜୟନ୍ତୀ ଓ ପରିଷଦର ବାର୍ଷିକ ଉତ୍ସବ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ରଞ୍ଜନ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରିଟର ଯନ୍ତ୍ରୀ ନବୀନ ଚନ୍ଦ୍ର ସିଂ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଗତ ରାସ ପୂର୍ଣ୍ଣିମାରେ ଅନୁଷ୍ଠିତ ମୁରୁଜ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶ୍ରେଷ୍ଠ ୪ପ୍ରତିଯୋଗୀଙ୍କୁ ପରିଷଦ ପକ୍ଷରୁ ପ୍ରମାଣପତ୍ର, ଆର୍ଥିକ ପୁରସ୍କାର ଓ ପୁଷ୍ପଗୁଚ୍ଛ ଅତିଥି ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ସିଂ ସ୍ଥାନୀୟ ଅଧିବାସୀଙ୍କ ସାଂସ୍କୃତିକ ଚେତନା, ସ୍ଥାନୀୟ ବିକାଶ କାର୍ଯ୍ୟରେ ସହଯୋଗ ଓ ଭ୍ରାତୃଭାବକୁ ଉଚ୍ଚ ପ୍ରଶଂସା କରିଥିଲେ । ଫକୀରମୋହନଙ୍କ ସାହିତ୍ୟକୃତି ଓ ଜୀବନୀ ଉପରେ ପରିଷଦର ବରିଷ୍ଠ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଆଇନଜୀବୀ ଜିତେନ୍ଦ୍ର ଉପାଧ୍ୟାୟ ଓ ନିରଞ୍ଜନ ପରିଡ଼ା, ସରସ୍ୱତୀ ପଣ୍ଡା, ସମାଜସେବୀ ଅଖିଳ ଦାସ ଓ ଶିକ୍ଷାବିତ ଡ. ସୁବାସ ଚନ୍ଦ୍ର ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ରୟାଲ କ୍ଲବ୍ର ସଭାପତି ତଥା ଯୁବ ବ୍ୟବସାୟୀ ଭଗବାନ ମହନୀ, ରାଜକିଶୋର ରାଉତ, ଅଞ୍ଜନା ସେନ୍, ଇତିଶ୍ରୀ ବେଜ, ପ୍ରତିମା ପରିଡ଼ା, ମାମିନା ମିଶ୍ର, ମୀରା ପତି, ଇଂ. ଡମ୍ବରୁଧର ପ୍ରଧାନ, ରାଜେନ୍ଦ୍ର ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିନୋଦ ବିହାରୀ ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


