ପୁରାତନ ଛାତ୍ରଙ୍କ ଦ୍ଵାରା ଅର୍ଥରାଶି ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଓଡିଆର ଅନ୍ୟତମ ଐତିୟ ସଂପର୍ଣ ଓ ପୁରାତନ ଉଚ୍ଚ ବିଦ୍ୟାଳୟ ରୂପେ ପାରଳାଖେମୁଣ୍ଡି ସ୍ଥିତ ଏହି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଓଡିଶା ରେ ସୁଖ୍ୟାତ । ଏହି ବିଦ୍ୟାଳୟ ର ପୁରାତନ ଛାତ୍ର , ଶିକ୍ଷକ ଓ ଅଭିଭାବକ ମାନଙ୍କୁ ନେଇ ‘ମୋ ସ୍କୁଲ’ ଅଭିଯାନରେ ସାମିଲ କରାଯାଇଛି । ୪ ଶହରୁ ଉର୍ଦ୍ଧ ପୁରାତନ ଛାତ୍ର ମାନଙ୍କୁ ସାମିଲ କରାଯାଇ ବିଦ୍ୟାଳୟ ର ସର୍ବାଙ୍ଗୀଣ ବିକାଶ ପାଇଁ କାର୍ଯ୍ୟକ୍ରମ ଜାରୀ କରାଯାଇଛି । ଏହି ପରିପ୍ରେକ୍ଷୀ ରେ ପୁରାତନ ଛାତ୍ରଗଣ ବିଦ୍ୟାଳୟର ‘ମୋ ସ୍କୁଲ’ ପାଣ୍ଠିକୁ ଆର୍ଥିକ ଅନୁଦାନ । ଛାତ୍ରକୁ ବୃତ୍ତି ପ୍ରଦାନ ପାଇଁ ଅର୍ଥ ରାଶି ପ୍ରଦାନ କରିଛନ୍ତି । ମୋ ସ୍କୁଲ ଅଭିଯାନ ପକ୍ଷରୁ ରାଜ୍ୟ ସରକାର ଦାନରାଶିର ଦୁଇଗୁଣ ଅର୍ଥ ପ୍ରଦାନ କରି ବିଦ୍ୟାଳୟର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହୋଇଛନ୍ତି । ଫଳରେ ବିଦ୍ୟାଳୟର ଶ୍ରେଣୀ କକ୍ଷ ମରାମତି , ପାନୀୟ ଜଳ ବ୍ୟବସ୍ତା , ଶୌଚାଳୟ ନିର୍ମାଣ , କ୍ରିଡା ସାମଗ୍ରୀ କ୍ରୟ , ପାଠାଗାର ନବାକରଣ , ବିଦ୍ୟାଳୟ ସୌନ୍ଦର୍ଜ୍ୟ କରଣ , ବଗିଚା , ଡ୍ରେନ , ରେଡ୍ କ୍ରସ୍, ସ୍କାଉଟ୍, ଏନ.ସି.ସି. ର ଆବଶ୍ୟକତା ପୁରଣ, ଶିକ୍ଷଣ ସାମଗ୍ରୀ କ୍ରୟ, ବିଦ୍ୟାଳୟ ମୁଖ୍ୟ ପାଠକ ନିର୍ମାଣ ପରି ବହୁ ବିଧ ଉନ୍ନୟନ କାର୍ଯ୍ୟ ହୋଇ ପାରିଛି । ବିଦ୍ୟାଳୟର ଛାତ୍ର ମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ୟଶ ରେ ବାର୍ଷିକ ଛାତ୍ର ବୃତ୍ତି ଯୋଜନା କରାଯାଇ ପୁରାତନ ଛାତ୍ରମାନଙ୍କ ଠାରୁ ସଂଗ୍ରୂହିତ ଅର୍ଥରେ ସ୍ମାରକା ପାଣ୍ଠି ଗଠନ କରାଯାଇ ସଂଗ୍ରୂହିତ ଅର୍ଥକୁ ବ୍ୟାଙ୍କରେ ସ୍ଥାୟୀ ଜମା କରାଯାଇଛି । ସଂପ୍ରତି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସ୍ଵର୍ଗତ ମହେଶ ପ୍ରସାଦ ପାଣୀଙ୍କୁ ସ୍ମତି ରଦେଶ୍ୟରେ ମହେଶ ଙ୍କ ଭାଇ ତଥା ପୁର୍ବତନ ଛାତ୍ର ତାରା ପ୍ରସାଦ ପାଣୀ ସ୍ମତି ପାଣ୍ଠିକୁ ୫ଲକ୍ଷ ଟଙ୍କା ପ୍ରଦାନ କରିଥିବା ପ୍ରଧାନ ଶିକ୍ଷକ ଡ.ବୃଷକେତୁ ଦାଶ ପ୍ରକାଶ କରିଛନ୍ତି । ସେହିପରି ସ୍ମତି ପାଣ୍ଠିକୁ ବରିଷ୍ଠ ଡାକ୍ତର ତଥା ପୁରାତନ ଛାତ୍ର ବୈଜ୍ଞାନିକ ଶିବରାମ ପ୍ରସାଦ ହୋତା ୫୦ ହଜାର ଟଙ୍କା ବିଦ୍ୟାଳୟକୁ ଦାନ କରିଛନ୍ତି । ପୁରାତନ ଛାତ୍ର ରମେଶ ଚୌଦୁରି , ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ବିଦ୍ୟାଳୟର ଉନ୍ନୟନ ପାଇଁ ସହଯୋଗ କରି ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ