ପ୍ରାର୍ଥୀପତ୍ର ଦାଖଲ ପାଇଁ ପ୍ରଶାସନର ପ୍ରସ୍ତୁତି
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ପଞ୍ଚାୟତ ସମିତି ସଭାଗୃହ ମଧ୍ୟରେ ଆଜି ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମୀନକେତନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ବିଡ଼ିଓ ଦେବଦତ୍ତ ଦାସ ଓ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସଙ୍କ ସମେତ ବିଭିନ୍ନ ପଂଚାୟତର ନିର୍ବାଚନ ଅଧିକାରୀ ମାନେ ଯୋଗଦେଇଥିଲେ। ଆସନ୍ତା ସୋମବାର ୧୭ତାରିଖ ଠାରୁ ଶନିବାର ୨୧ତାରିଖ ଯାଏଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଓ ୱାର୍ଡ ସଭ୍ୟ ସଭ୍ୟା ମାନେ ଦିନ ୧୧ଟାରୁ ୩ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ସେହିଭଳି ସମିତିସଭ୍ୟ ବ୍ଲକ ଓ ଜିଲ୍ଲାପରିଷଦ ସଭ୍ୟ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ବୋଲି ସୂଚନା ଦିଆଯାଇଛି।


