ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଂଚାୟତ ଯଶୋଟିକିରି ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ୟୁନିକ ଇଲେଭେନ ଭଦ୍ରକ ସହିତ ଇଲେଭେନ ଯାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁରକୁ ହରାଇ ୟୁନିକ ଭଦ୍ରକ ଫାଇନାଲରେ ପ୍ରବେଶ କରିଛି । ଇଲେଭେନ ଯାଜପୁର କ୍ରିକେଟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୧.୪ଓଭରରେ ସମସ୍ତ ଉଇକେଟ ହରାଇ ୧୫୦ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଟୁକୁନା ସାହୁ ବ୍ୟକ୍ତିଗତ ୧୮ଟି ବଲରୁ ୩୬ରନ ଓ ବସନ୍ତ ପ୍ରଧାନ ବ୍ୟକ୍ତିଗତ ୨୩ଟି ବଲରୁ ୨୭ ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର ସୁଶୀଲ କୁମାର ବାରିକ ୫ଓଭର ବୋଲିଂ କରି ୨୮ରନ ଦେଇ ୪ଉଇକେଟ ପାଇଥିଲେ । ଜବାବରେ ୟୁନିକ ଭଦ୍ରକ ୨୪ଓଭରରେ ୭ଉଇକେଟ ହରାଇ ୧୫୧ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଦଳପକ୍ଷରୁ ବିଶ୍ୱଭୂଷଣ ବିହାରୀ ୧୯ଟି ବଲରୁ ୨୮ରନ ଓ ମାନସ ରଞ୍ଜନ ନାୟକ ୪୦ଟି ବଲରୁ ୨୯ରନ ସଂଗ୍ରହ କରିଥିଲେ । ଅମ୍ପେୟାର ଭାବେ ଅଶୋକ ରାଉତ ଓ ମନୋଜ ଜେନା ଖେଳ ପରିଚାଳନା କରିଥିଲେ । ସ୍କୋରର ଭାବେ କିଷାନ ମନୋହର ମହାନ୍ତି ତୁଲାଇଥିବା ବେଳେ ପ୍ରତ୍ୟୁଷ ସାହୁ ଧାରାବିବରଣୀ ପ୍ରଦାନ, ମାନସ ରଞ୍ଜନ ପଣ୍ଡା ମ୍ୟାଚ ରେଫରୀ କାର୍ଯ୍ୟ ସମ୍ପାଦନ କରିଥିଲେ । ରବିବାର ଫାଇନାଲ ମ୍ୟାଚ ୟୁନିକ ଇଲେଭେନ ଭଦ୍ରକ ସହିତ ମର୍ନିଂ ଷ୍ଟାର ବାଲେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ।


