ଗାଡି ରୁ ବ୍ୟାଟେରୀ ଚୋରୀ ଅଭିଯୋଗ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :ଭଞ୍ଜନଗର ଥାନା ଅଧୀନ ଯୋଗୀମାରି ଗ୍ରାମର ରମେଶ ଚନ୍ଦ୍ର ପ୍ରଧାନ ଙ୍କ ଦୁଇ ଟି ଗାଡି ରୁ ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବ୍ୟାଟେରୀ ଚୋରୀ କରି ନେଇଥିବା ଅଭିଯୋଗ ହୋଇଛି । ରମେଶ ସବୁ ଦିନ ପରି ତାଙ୍କ ଘର ଆଗରେ ନିଜର ଏକ ଟ୍ରାକ୍ଟର ଓ ଟ୍ରକ ରଖିଥିଲେ । ଉଭୟ ଗାଡିରୁ ଦୁର୍ବୃତ୍ତ ମାନେ ବ୍ୟାଟେରୀ ବକ୍ସ ଖୋଲି ନେଇ ଯାଇଥିବା ରମେଶ ଙ୍କ ପୁଅ ବଳରାମ ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଥାନାଧିକାରୀ ଧୀରେଶ କୁମାର ଦାସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।


