ହିମାସାରମନା ସାହିତ୍ୟ ପରିଷଦର ନବମ ବାର୍ଷିକ ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ହିମାସାରମନା ସାହିତ୍ୟ ପରିଷଦର ନବମ ବାର୍ଷିକ ଉତ୍ସବ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସାହିତ୍ୟିକ ଇଂ ଅଭୟ ସୂତାର, ସଂଧ୍ୟାରାଣୀ ପୃଷ୍ଟି, ମୁଖ୍ୟବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ବକ୍ତା ଭୁବନ ମୋହନ ମହାନ୍ତି, ସମ୍ମାନିତ ଅତିଥି ଭାବେ ପ୍ରଧାନଶିକ୍ଷକ ରବୀନ୍ଦ୍ର ମହାରଣା, କବି ନଟବର ରାଉଳ, କବି ରବି ମିଶ୍ର,ସମାଜସେବୀ ଉତ୍କଳ କେଶରୀ ମହାନ୍ତି, ନବ କିଶୋର ଦାସ, ପିତାମ୍ବର ରାଉତ, ଭାଗବତ ସୂତାର, ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ପରିଷଦର ବାର୍ଷିକ ମୁଖପତ୍ର ପବନସୂତ ଶୁଭ ଉନ୍ମୋଚିତ ହୋଇଥିଲା । ଏହାଛଡା ବ୍ଲକର ସ୍ୱେଚ୍ଛାସେବୀ ସଂଗଠନ ଉମିଦ ପରିବାରକୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ଦାମୋଦର ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସହ ସମ୍ପାଦକ ବିଶ୍ବମ୍ବର ରାଉତ ସ୍ୱାଗତ ଭାଷଣ ଓ ନବକିଶୋର ଦାସ ଧନ୍ୟବାଦ ଦେଇଥିଲେ ।


