ସଂଘମିତ୍ରାଙ୍କ ନାମାଙ୍କନପତ୍ର ଦାଖଲ

ହାଟଡିହି, (ବିକାଶ ବିଶ୍ୱାଳ) :-ଅକରୁଆ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଘୋଷରାପଦା ଗ୍ରାମର ସଂଘମିତ୍ରା ଜେନା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ଗ୍ରାମ ପରିକ୍ରମା କରିବାପରେ ବିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଆଗାମୀ ଦିନରେ ପଞ୍ଚାୟତର ବହୁବିଦ୍ଧ ଉନ୍ନତି କରିବା ସଙ୍କଳ୍ପ ନେଇ ରାଜୀତିକୁ ଓହ୍ଲାଇଛନ୍ତି ବୋଲି କହିଛନ୍ତି । ଲୋକଙ୍କ ସେବା କରିବା ସହିତ ସରକାରଙ୍କ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ସୁରୁଖୁରୁରେ ପହଞ୍ଚାଇବା ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବ ବୋଲି କହିଛନ୍ତି । ତାଙ୍କ ସହିତ ବରିଷ୍ଠ ବିଜେଡି ନେତା ଆନନ୍ଦ ନାୟକ, ଚକ୍ରଧର ଜେନା, ଗଗନ ବେହେରା, ଶିଶିର ମହାନ୍ତି, ସୁବ୍ରତ କୁମାର ପାତ୍ର, ମହେଶ୍ୱର ଜେନା, କାଳନ୍ଦୀ ଜେନା, ବିଜୁ ସାହୁ, ଚଗୁଲୁ ଜେନା, ଚତୁର୍ଭଜ ଜେନା, ଅନିରୁଦ୍ଧ ନାୟକ, ଚଗୁଲୁ ଜେନା, ନରହରି ପାତ୍ର, ଗଣେଶ୍ୱର ବାରିକ, କରୁଣାକର ନାୟକ, ଗୋଲଖ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ