ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର : ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମନୋନୀତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କାର ପାଇଁ ଯୋଗ୍ୟ ମନୋନୀତ ହୋଇଛି । ସେହିପରି ବିଦ୍ୟାଳୟର ଦଶମ ଶ୍ରେଣୀର ଚାରି ଜଣ ଶିଶୁ ଭାଇଭଉଣୀ ତ୍ରିଲୋଚନ ତ୍ରିପାଠୀ, ପ୍ରଯୁକ୍ତା ମହାନ୍ତି, ଶ୍ବେତାଲିନ୍ ପଣ୍ଡା ଓ ସିଏଚ.ରୋହିତ କୁମାର ମେଧାବୃତ୍ତି ପାଇଁ ପୁରସ୍କୃତ ହୋଇଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା,ପ୍ରଧାନାଚାର୍ଯ୍ୟ, ଶିଶୁ ଓ ଅଭିଭାବକ ମହଲରେ ଆନନ୍ଦ ପରିଲକ୍ଷିତ ହୋଇଛି ଏବଂ ପୁରସ୍କାର ପ୍ରଦାନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ