ମନୋନୟନ ପତ୍ର ଦାଖଲ କଲେ ୯୪୫ ପ୍ରାର୍ଥୀ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ମନୋନୟନ ପତ୍ର ଦାଖଲର ଶେଷ ଦିନ ଥିବା ବେଳେ ବନ୍ତ ବ୍ଲକରେ ମୋଟ ୯୪୫ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିବା ବ୍ଲକ ନିର୍ବାଚନ ଅଧିକାରୀ ଶୁଭଦର୍ଶନ ମିଶ୍ରଙ୍କ ଠାରୁ ସୂଚନା ମିଳିଛି । ସେଥିମଧ୍ୟରୁ ସମିତି ସଭ୍ୟ ପାଇଁ ୧୦୦ ଜଣ, ସରପଞ୍ଚ ପାଇଁ ୧୨୩ ଜଣ ଓ ୱାର୍ଡ ସଭ୍ୟ ପାଇଁ ୭୨୨ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ଶନିବାର ମନୋନୟନ ପତ୍ର ଯାଞ୍ଚ ଓ ମଂଗଳବାର ପ୍ରାର୍ଥୀତ୍ୱ ପ୍ରତ୍ୟାହାର ଓ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ