ମୌଳିକ ସୁବିଧାରୁ ବଂଚିତ ଏଣ୍ଡ୍ରି ଗ୍ରାମବାସୀ : ଭୋଟ ବର୍ଜନ ଚେତାବନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲାଇଲାଇ ପଞ୍ଚାୟତ ଅନ୍ତର୍ଗତ ଏଣ୍ଡ୍ରି ଗ୍ରାମବାସୀ ଆଜିଯାଏଁ ମୌଳିକ ସୁବିଧାରୁ ବଂଚିତ ଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଣ୍ଡ୍ରି ଗ୍ରାମକୁ ଆଜିଯାଏଁ ପକ୍କା ରାସ୍ତା, ଶିକ୍ଷା, ପାନୀୟ ଜଳ, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ନାହିଁ । ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ନିକଟରେ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ବର୍ତ୍ତମାନ ପର୍ଯ୍ୟନତ୍ତ ଗ୍ରାମକୁ ଯିବାକୁ ହେଲେ ପାଦଚଲା ଜଙ୍ଗଲୀ ରାସ୍ତାରେ ଯାତାୟତ କରୁଥିବା ବେଳେ ରୋଗୀ ତଥା ପ୍ରସୂତି ମାନଙ୍କୁ ଡାକ୍ତରଖାନା ନେବାକୁ ହେଲେ ବୁହା ହୋଇ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନିଯାଉଛି । ଏହା ସହ ମୋବାଇଲ ନେଟୱର୍କ ସୁବିଧା ନଥିବାରୁ ପିଲାଏ କିଏ ପାହାଡ ତଳେ କିମ୍ବା ଗଛ ମୂଳେ ବସି ପାଠ ପଢୁଛନ୍ତି । ଗତ ତିତିଲି ବତ୍ୟାରେ ଅନେକ ଘର ନଷ୍ଟ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସହାୟତା ଆସିପାରି ନାହିଁ । ଏବେବି ଗ୍ରାମବାସୀ ଭଙ୍ଗା ଘରେ କ୍ଷତିଗ୍ରସ୍ତ ଜୀବନ କାଟୁଛନ୍ତି । ପାନୀୟ ଜଳ କଥା ନ କହିଲେ ଭଲ । ଗ୍ରାମବାସୀ ଜଣାଇଛନ୍ତି ଯେ, ନିର୍ବାଚନ ଆସିଲେ ନତା ପ୍ରତିଶ୍ରୃତି ଦିଅନ୍ତି ପରେ ସବୁ କିଛି ପୂର୍ବବସ୍ଥା । ତେଣୁ ସମସ୍ତ ଆସ୍ଥା ତୁଟାଇ ଦେଇ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଗନେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ