୩ସନ୍ତାନ ଥିବା ୱାର୍ଡସଭ୍ୟା ପ୍ରାର୍ଥୀଙ୍କ ନାମାଙ୍କନ ଅଭିଯୋଗ ଉପରେ ନିର୍ବାଚନ ଅଧିକାରୀ ପଦକ୍ଷେପ ନେଉ ନାହାନ୍ତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ପଞ୍ଚାୟତର ୧୦ନମ୍ବର ୱାର୍ଡରେ ୱାର୍ଡମେମ୍ବର ପଦରେ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଜେନା ପଳସିଂହା ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ସେହି ୱାର୍ଡରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅନ୍ୟ ଜଣେ ୱାର୍ଡସଭ୍ୟା ପ୍ରାର୍ଥୀନୀ ସୈାଦାମିନୀ ବିଶ୍ୱାଳ, ସ୍ୱାମୀ ନିରାକାର ବିଶ୍ୱାଳଙ୍କର ୩ଟି ସନ୍ତାନ ଅଛନ୍ତି । ସେଥିମଧ୍ୟରୁ ୨ଟି ପୁଅ ହୋଇଥିବା ବେଳେ ଗୋଟିଏ ଝିଅ । ତେଣୁ ସରକାରଙ୍କ ନିୟମ ଅନୁଯାଇ ତାଙ୍କ ପ୍ରାର୍ଥୀପତ୍ରକୁ ନାକଚ କରାଯାଉ ବୋଲି ଶ୍ରୀ ଜେନା ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ସହିତ ଅଭିଯୋଗକାରୀ ଶ୍ରୀ ଜେନା ସୈାଦାମିନୀଙ୍କ ୩ସନ୍ତାନ ପାଠପଢୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦାନ କରିଥିବା ଜନ୍ମ ତାରିଖ ସମ୍ବଦ୍ଧୀୟ ପ୍ରମାଣପତ୍ର, ସୈାଦାମନିୀଙ୍କ ନାମରେ ଥିବା ରାସନକାର୍ଡର ନକଲ ଏବଂ ପଞ୍ଚାୟତ ଭୋଟର ତାଲିକାର ନକଲ ପ୍ରଭୃତି ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ । କିନ୍ତୁ ଏସମ୍ପର୍କରେ ପଞ୍ଚାୟତ ନିର୍ବାଚନ ଅଧିକାରୀ କୈାଣସି ନିଷ୍ପତ୍ତି ଗ୍ରହଣ ନକରିବାରୁ ଅଭିଯୋଗକାରୀ ଶ୍ରୀ ଜେନା ବ୍ଲକ ନିର୍ବାଚନ ଅଧିକାରୀ ତଥା କେନ୍ଦ୍ରାପଡା ବିଡିଓ ବନ୍ଦନା ଖଟୁଆଙ୍କ ନିକଟରେ ଏସମ୍ପର୍କରେ ଅଭିଯୋଗ ଦାଖଲ କରିବା ସହ ଉପଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ । କେନ୍ଦ୍ରାପଡା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଶ୍ରୀମତୀ ଜେନାଙ୍କୁ ଏସମ୍ପର୍କରେ ପଚରାଯିବାରେ ସେ କହିଥିଲେ ଯେ ଏକ୍ଷେତ୍ରରେ ସ୍କୁଲ ଶିକ୍ଷକଙ୍କ ଦ୍ୱାରା ପ୍ରଦତ୍ତ ଜନ୍ମ ସମ୍ବଦ୍ଧୀୟ ପ୍ରମାଣପତ୍ର ଗ୍ରହଣ ଯୋଗ୍ୟ ନୁହେଁ । କେବଳ ଜଣେ ମେଡିକାଲ ଅଫିସରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବାୟୋଲୋଜିକାଲ ପ୍ରମାଣପତ୍ର ଆଧାରରେ ପ୍ରାର୍ଥୀପତ୍ର ନାକଚ କରାଯାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ