ଜଙ୍ଗଲ ରୁ ଦୁଇ  ଶିକାରୀ ଗିରଫ :ବନ୍ଧୁକ, ଗୁଳି ଜବତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଜଙ୍ଗଲ ବିଭାଗ ରେଞ୍ଜ ଅଧିନ ବନ୍ଧଗଡ଼ ଜଙ୍ଗଲ ମଧ୍ୟରୁ ରବିବାର ବନ ବିଭାଗ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ ସହ ୧୦ଟି ଗୁଳି, ବାଟଲିଖଡ଼ା, ବଣକୁକୁଡା ଓ ପକ୍ଷୀମାଂସ ଜବତ କରିଛି । ବନ ବିଭାଗ ଡିଏଫଓ ଲକ୍ଷ୍ମୀକାନ୍ତ ବେହେରା ଙ୍କ ନିର୍ଦ୍ଦେଶରେ ଫିରିଙ୍ଗିଆ ବନବିଭାଗ ରେଞ୍ଜର ବିଜୟ ମଲିକଙ୍କ ତତ୍ତ୍ଵାବଧାନରେ  ଫରେଷ୍ଟର ସରୋଜ ମିଶ୍ରଙ୍କ ନେତୃତ୍ଵରେ ବନବିଭାଗ ସ୍କ୍ବାର୍ଡ ଚଢାଉ କରି ଏମାନଙ୍କୁ ଧରିଥିଲା । ସେମାନଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ  ବନ୍ଧଗଡ଼ ଫରେଷ୍ଟର ସରୋଜ ମିଶ୍ର ପ୍ରକାଶ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ