ନାମାଙ୍କନ ଭରିଲେ ୮୧୬ ପ୍ରାର୍ଥୀ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଭଞ୍ଜନଗର ବ୍ଲକରେ ସର୍ବମୋଟ ୮୧୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ୱାର୍ଡ ମେମ୍ବର ନିମନ୍ତେ ୬୫୦ ଜଣ, ସରପଞ୍ଚ ୯୨ଜଣ, ସମିତି ସଭ୍ୟ ୭୪ ଜଣ ରହିଛନ୍ତି । ଶେଷ ଦିନରେ ଭଞ୍ଜନଗର ବ୍ଲକରେ ବିଭିନ୍ନ ପଂଚାୟତରୁ ସରପଞ୍ଚ,ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପାଇଁ ୩୦୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବ୍ଲକର ବିଭିନ୍ନ ପଂଚାୟତରୁ ୱାର୍ଡ ମେମ୍ବର ପାଇଁ ୨୩୩ ଜଣ ନାମାଙ୍କନ ପତ୍ର ଭରିଛନ୍ତି । ସେହିପରି ସରପଞ୍ଚ ୩୫ ଓ ସମିତି ସଭ୍ୟ ପାଇଁ ୩୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବିଡ଼ିଓ ଅନୀଲ କୁମାର ସେଠୀ ସୂଚନା ଦେଇଛନ୍ତି ।


