୨୬ ଜିଲ୍ଲା ପରିଷଦ ଜୋନ ପାଇଁ ପଡିଲା ୯୬ ନାମାଙ୍କନପତ୍ର

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ପଞ୍ଚାୟତ ନିର୍ବାଚନ ଲାଗି ପାର୍ଥିପତ୍ର ଦାଖଲର ଶୁକ୍ରବାର ଶେଷ ଦିନ ଥିଲା। ଏହି କ୍ରମରେ ଭଞ୍ଜନଗର ଉପଖଣ୍ଡ ଅଧୀନ ବିଭିନ୍ନ ବ୍ଲକର ୨୬ ଜିଲ୍ଲା ପରିଷଦ ଜୋନ ପାଇଁ ମୋଟ ୯୬ ଜଣ ପ୍ରାର୍ଥୀ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନରେ ୩ଜଣ, ଦ୍ୱିତୀୟ ଦିନରେ ଜଣେ, ତୃତୀୟ ଦିନରେ ୧୦, ଚତୁର୍ଥ ଦିନରେ ୩୬,ଶେଷ ଦିନରେ ୪୬ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ସେମାନଙ୍କ ମଧ୍ୟରେ ବିଜେଡ଼ି ପକ୍ଷରୁ ଶେଷ ଦିନରେ ସର୍ବାଧିକ ୨୩ ଜଣ,କଂଗ୍ରେସ ୮ଜଣ,ବିଜେପି ୭ ଜଣ, ଆପ ୬ଜଣ ଏବଂ ବିଏସପି ୨ଜଣ ପ୍ରାର୍ଥୀ ରହିଛନ୍ତି । ଭଞ୍ଜନଗର ବ୍ଲକର ତିନି ଜିଲ୍ଲା ପରିଷଦ ଜୋନ ପାଇଁ ବିଜେଡି ପକ୍ଷରୁ ୫୦ ନଂ ଜୋନରେ ଶୈଳବାଳା ବିଷୋୟୀ,୫୧ ନଂ ଜିତେନ୍ଦ୍ର କେଶରୀ ଆରୁଖ,୫୨ ନଂ ଭାଗ୍ୟଲତା ସେଠୀ ପ୍ରମୁଖ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୫୧ନଂ ଜୋନ ପାଇଁ ବିଜେପି ପକ୍ଷରୁ ରବୀନ୍ଦ୍ର କୁମାର ଗୌଡ଼, ଆପ ପକ୍ଷରୁ ଅନିଲ ସେଠୀ,କଂଗ୍ରେସ ପକ୍ଷରୁ ସନ୍ତୋଷ କୁମାର ଗୌଡ଼ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ