ବିଜେଡି ର ମିଶ୍ରଣ ପର୍ବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ବିଜେଡି ରେ ଯୋଗଦାନ କରିଛନ୍ତି କେତେକ ବିଜେପି ଓ କଂଗ୍ରେସ କର୍ମୀ । ପାରଳାଖେମୁଣ୍ଡି ସହରର ରାମନଗର ଠାରେ ଥିବା ହାଇଟେକ୍ ର ସମିଳନୀ କକ୍ଷ ଠାରେ ଆଜି ସନ୍ଧ୍ୟା ସମୟରେ ଗୁମ୍ମା ବ୍ଲକ୍ ବିଭିନ୍ନ ପଞ୍ଚାୟତର କଂଗ୍ରେସ ଓ ବିଜେପି କର୍ମୀ ପ୍ରମୁଖ ମିଳିମିଶି ବିଜେଡି ସଭାପତି ପ୍ରଦୀପ ନାୟକ ଓ ହାଇଟେକ୍ ଅଧକ୍ଷ ଡ. ତିରୁପତି ପାଣିଗ୍ରାହୀ ଙ୍କ ଉପସ୍ତିତରେ ଲୁକା ଗମାଙ୍ଗ, ସର୍ସୁନା ରଇତ, ପାଇନା ଗମାଙ୍ଗ, ନହରା ଗମାଙ୍ଗ ଓ ମନୋଜ ଭୂୟାଁ ପ୍ରମୁଖଙ୍କ ନେତୃତ୍ୟରେ ଜଞ୍ଜଲଜଲ, ତରବା ଓ ବଡକଳାକୋଟ ପ୍ରମୁଖ ଅଞ୍ଚଳର ଶତାଧିକ ପୂର୍ବରୁ କଂଗ୍ରେସ ଦଳ ଓ ବିଜେପି ଦଳରେ ଥିବା କର୍ମୀମାନେ ବିଜେଡ଼ି ସୁପ୍ରିମୋ ନବୀନ ବାବୁଙ୍କ ନୀତିଆଦର୍ଶ କୁ ଅନୁପ୍ରାଣିତ ହୋଇ ଦଳକୁ ସୁଦୃଢ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ବିପୁଳ ଭାବରେ ବୀଜୟ କରିବେ ବୋଲି ସେମାନେ ଏକତ୍ରିତ ହୋଇ ଏହି ଦଳରେ ଯୋଗଦାନ କରିଥିବାର ଜଣାଇଛନ୍ତି ।