ବିଦ୍ୟୁତ ସରବରାହ ସଂସ୍ପର୍ଶ ତାରରୁ ଅଗ୍ନିକାଣ୍ଡ ଘଟି ୫ ଚାଷୀଙ୍କ ଧାନଗଦା ପୋଡ଼ି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଉଡ଼ିଆ ଗ୍ରାମ ପଞ୍ଚାୟତ ବଉଳଘାଇ ଗ୍ରାମରେ ସୋମବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ବିଦ୍ୟୁତ ସରବରାହ ସଂସ୍ପର୍ଶ ତାରରୁ ଅଗ୍ନିକାଣ୍ଡ ଘଟି ୫ ଜଣ ଚାଷୀଙ୍କ ଧାନଗଦା ପୋଡ଼ି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖବରପ୍ରକାରେ, ଆଜି ସକାଳୁ ଗ୍ରାମର ବୃନ୍ଦାବନ ସ୍ୱାଇଁ, ଚକ୍ରଧର ସ୍ୱାଇଁ, ହେଲପର ସ୍ୱାଇଁ, ଡାକ ସ୍ୱାଇଁ, ବାଇନାଥ ସ୍ୱାଇଁ ପ୍ରମୁଖଙ୍କ ଧାନ ଖଳାରେ କୈାଣସି କାରଣ ଯୋଗୁଁ ବିଦ୍ୟୁତ ତାରରୁ ନିଆଁ ବାହାରି ଗୋଟିଏ ପରେ ଗୋଟିଏ ଧାନ ଗଦା ପୋଡ଼ି ଭସ୍ମୀଭୂତ ହୋଇଯାଇଥିଲା । ଘଟଣାପରେ ଗ୍ରାମବାସୀ ନିକଟସ୍ଥ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବରପାଇ ପ୍ରଥମେ ଶେରଗଡ଼ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆୟତ୍ତ କରିବାକୁ ବହୁ ପରିଶ୍ରମ କରିଥିଲେ ମଧ୍ୟ ନିଆଁର ପ୍ରକୋପ ଏତେ ଧରଣର ରହିଥିଲା ଏହାକୁ ଆୟତ୍ତ କରିବା ସମ୍ଭବ ହେଉନଥିଲା । ଏହାପରେ ହିଞ୍ଜିଳି ଅଗ୍ନିଶମ ବାହିନୀ ବିଭାଗ କର୍ମଚାରୀ ପହଞ୍ଚି ମିଳିତଭାବେ ନିଆଁକୁ ଆୟତ୍ତ କରିଥିଲେ । ଏଥିରେ ବଉଳଘାଇ ଗୁରୁଜୀ ଯୁବକ ସଂଘ ସଦସ୍ୟ ସଭାପତି ପିଣ୍ଟୁ ସ୍ୱାଇଁ, ସମ୍ପାଦକ ଦୀପକ କୁମାର ସ୍ୱାଇଁ , ନୀଳାଚଳ ସ୍ୱାଇଁ ଓ ସୋମନାଥ ସ୍ୱାଇଁ ସମେତ ଗ୍ରାମବାସୀ ସହଯୋଗ ସହଯୋଗ ପାଇଁ ଆଗେଇ ଆସିଥିଲେ ।