ସରକାର ବାବାଙ୍କ ଜନ୍ମଦିନରେ ମେଗା ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) :-ଭଦ୍ରକ ଜିଲ୍ଲାର ଧର୍ମଗୁରୁ ସୟଦ ୱାସିମ୍ ଅଖତର କାଦ୍ରି ବା ଛୋଟ ସରକାର ବାବାଙ୍କ ଜନ୍ମ ଦିବସ ଅବସରରେ ଅଖିଳ ଭାରତୀୟ ଦୁଃଖୀ ସମାଜ, ବାଲେଶ୍ୱର ଶାଖା ପକ୍ଷରୁ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ସ୍ଥାନୀୟ ଦରଘା ମୈଦାନରେ ଅନୁଷ୍ଠିତ ହୋଇଯାଇଛି । ଦୁଃଖୀ ସମାଜର ବାଲେଶ୍ୱର ଶାଖା ସଭାପତି ଶେଖ ଆୟୁବ ଓ ବାଲେଶ୍ୱର ଶାଖା ସମ୍ପାଦକ ନାତିକ ଖାନ, ଭଦ୍ରକ ଶାଖାର ବରିଷ୍ଠ ଉପଦେଷ୍ଟା ଶେଖ ଅଲାଉଦ୍ଦିନ, ମହମ୍ମଦ ହୁମାୟୁନ, ସମ୍ପାଦକ ରିଜାଇ ରସୁଲ, ସହ-ସମ୍ପାଦକ ଆବୁ ହୁସେନ ଖାନ ପ୍ରମୁଖଙ୍କ ସହଯୋଗରେ ଏହି ଶିବିର ଆୟୋଜିତ ହୋଇଥିଲା । ଛୋଟେ ସରକାରଙ୍କ ଜନ୍ମଦିବସରେ ଏହି ଭଳି ସମାଜସେବା ମୂଳକ କାର୍ଯ୍ୟ ପ୍ରତିବର୍ଷ ଆୟୋଜିତ ହେଉଛି । ଏବେ ବାଲେଶ୍ୱର, ଭଦ୍ରକ ଓ ସୋର ପ୍ରଭୃତି ସ୍ଥାନରେ ଜାରି ରହିଥିବା ବେଳେ ଆଗାମୀ ଦିନଦରେ ସମଗ୍ର ଦେଶରେ ଏହିଭଳି ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିବା ବାଲେଶ୍ୱର ଶାଖା ସଭାପତି ଶେଖ ଆୟୁବ ସୂଚନା ଦେଇଥିଲେ । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ, ସମାଜସେବୀ ସୁବାସିନୀ ଜେନା, ପୂର୍ବତନ ପୌରପାଳ ଆଲୋକ ସାହୁ, ସତ୍ୟରଂଜନ ଦାସ, ବିକ୍ରମ ପଣ୍ଡା, ସାହିରୁଲ ହକ, ସଲିମ ରେଜା, ଶାନ୍ତନୁ ଦାସଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏହି ଶିବିରରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଦୁଃଖୀ ସମାଜର ସମାଜସେବା ମୂଳକ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ବାଲେଶ୍ୱରରେ ରକ୍ତର ଅଭାବ ପୂରଣରେ ଏହି ଶିବିର ବେଶ ସହାୟକ ହୋଇପାରିଛି ବୋଲି ସେମାନେ କହିଥିଲେ । ବାଲେଶ୍ୱର ରକ୍ତଭଣ୍ଡାରର ୨୩ ଜଣିଆ ଟିମ ଓ କଟକ ବଡ଼ ଡାକ୍ତରଖାନାର ୧୮ ଜଣିଆ ଟିମ ଏହି ଶିବିରରେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ଶେଖ୍ ମେହେମୁଦ୍‌, ଶେଖ୍ ତାରିକ୍‌, ଆବିଦ୍ ମହମ୍ମଦ, ହାଇଦର ଖାନ୍‌, ଶେଖ କେଫେତୁଲା, ଅବଦୁଲ ସବିର, ଶେଖ ସବିର, ଶେଖ ଭାନୁ, ଶେଖ ଅସଲମ, ଶେଖ ସମସେର, ଶେଖ ପପି, ଶେଖ ଗରା, ଜମିର କାଦିର, ଶେଖ ଆରିଫ, ଗୁଲମେ ମନସୁର, ଶେଖ ରାକିବ, ଶେଖ କିସାନ ଅଲି ପ୍ରମୁଖ ଏଥିରେ ଉପସ୍ଥିତ ରହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଛୋଟେ ସରକାରଙ୍କ ଜନ୍ମ ଦିବସ ଅବସରରେ ରକ୍ତଦାନ ସାଙ୍ଗକୁ ସହରର ରାସ୍ତାଘାଟ ସଫେଇ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ