ଏନଏସଏସ ପକ୍ଷରୁ ୧୩ତମ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ସ୍ଥାନୀୟ ପିପୁଲସ କଲେଜର ଜାତୀୟ ସେବା ପରିକଳ୍ପନା(ଏନଏସଏସ) ୟୁନିଟ-୨ ପକ୍ଷରୁ ଜାନୁଆରୀ ୨୪ ତାରିଖ ଦିନ ୧୩ ତମ “ଜାତୀୟ କନ୍ୟା ସନ୍ତାନ ଦିବସ” ଗୁଗୁଲ ମିଟ ଆପ ମାଧ୍ୟ-ମରେ ପାଳନ ହୋଇଯାଇଛି । ଏନଏସଏସ ୟୁନିଟ-୨ ର ପ୍ରୋଗ୍ରାମ ଅଫିସର ଅଧ୍ୟପାକ ରବୀନ୍ଦ୍ର ନାଥ ପୋଲାଇ ଆବାହକ ଭାବେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ୨୦୦୮ ମସିହାରୁ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହା ପାଳନ ହୋଇ ଆସୁଥିବା ବେଳେ ଏହି ଦିବସର ଲକ୍ଷ ଓ ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଅତିଥି ଭାବେ ସାମ୍ବାଦିକ ଅନିଲ କୁମାର ମହାରଣା ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । ଶ୍ରୀ ମହାରଣା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ରାଜ୍ୟ ସରକାର, ଭ୍ରୁଣ ନିରୂପଣ ଓ କନ୍ୟା ସନ୍ତାନ ଭ୍ରୁଣ ହତ୍ୟା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଜନସଚେତନତା, ମହିଳାଙ୍କ ପାଇଁ ଆତ୍ମନିର୍ଭରଶୀଳ କାର୍ଯ୍ୟକ୍ରମ, ଓ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ସହ ଅନ୍ୟାନ୍ୟ ମହିଳା ବିକାଶ କାର୍ଯ୍ୟକ୍ରମ ହାତକୁ ନେବାଦ୍ୱାର ୨୦୧୧ରେ ଓଡ଼ିଶାରେ ପୁରୁଷ:ମହିଳା ଅନୁପାତ ୧୦୦୦ : ୯୪୩ ଥିବା ବେଳେ ୨୦୨୧ ସର୍ଭେରେ ଏହି ଅନୁପାତ ୧୦୦୦ : ୧୦୨୦ ହୋଇପାରିଛି । ସେହିପରି ଗଞ୍ଜାମ ଜିଲ୍ଲାପାଳ ମହୋଦୟ ଗଞ୍ଜାମ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଜିଲ୍ଲାଭାବେ ପରିଣତ କରିବାପାଇଁ ନେଇଥିବା ପଦକ୍ଷେପକୁ ସ୍ୱାଗତ କରିବା ସହ ସମସ୍ତେ ଏହାକୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଛାତ୍ରୀ ସୁପ୍ରଜ୍ଞା ଦୋରା ନାରୀଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ଆଇନ ବ୍ୟବସ୍ଥା ଗ୍ରହଣ କରିବା ସହ ଜନସଚେତନତା ସୃଷ୍ଟି କରିବାକୁ ପ୍ରକାଶ କରିଥିଲେ। ଗ୍ରନ୍ଥାଗାର ଅଧ୍ୟକ୍ଷା ରଶ୍ମିତା ମିଶ୍ରଙ୍କ ସମେତ ଛାତ୍ରଛାତ୍ରୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଅଧ୍ୟାପକ ଶ୍ରୀ ପୋଲାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ