ବିଜେଡି ସମର୍ଥୀତ ସରପଞ୍ଚ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ପୋଲସରା ବ୍ଳକ ଅନ୍ତର୍ଗତ ଘୋଡାପଲାଣ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦୀ ହୋଇଥିବା ଜଣାପଡିଛି। ପ୍ରକାଶ ଥାଉକି ଘୋଡାପଲାଣ ହେଉଛି ପୂର୍ବତନ ବିଧାୟକ ତଥା ବିଜେପି ନେତା ନିରଞ୍ଜନ ପ୍ରଧାନଙ୍କ ନିଜ ଗ୍ରାମ ପଞ୍ଚାୟତ। ହାତିଓଟ ସ୍ଥିତ ଜରାଶ୍ରମରେ ଘୋଡାପଲାଣ ପଞ୍ଚାୟତର ଅପ୍ରତିଦ୍ୱନ୍ଦୀ ସରପଞ୍ଚ ପ୍ରାର୍ଥୀ ଧିରେନ୍ଦ୍ର କୁମାର ସେଠୀ ଓ ଏଗାର ଜଣ ଅପ୍ରତିଦ୍ୱନ୍ଦୀ ଓ୍ବାର୍ଡ ମେମ୍ବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ । ଘୋଡାପଲାଣ ପଞ୍ଚାୟତ ପୂର୍ବରୁ ବିଜେଡ଼ିର ଦୁର୍ଗ ଭାବେ ପରିଚିତ ରହିଆସିଛି । ସେହି ଧାରାକୁ ବଜାୟ ରଖି ବିଜୁ ଜନତା ଦଳର ସମର୍ଥୀତ ସରପଞ୍ଚ ଓ ୧୧ ଜଣ ୱାର୍ଡ ମେମ୍ବରଙ୍କୁ ବିନାପ୍ରତିଦ୍ୱନ୍ଦୀତାରେ ପ୍ରାର୍ଥୀ କରିଥିବା ଯୋଗୁଁ ପଞ୍ଚାୟତବାସୀଙ୍କୁ ଧନ୍ୟବାଦ ଜଣାଇବା ସହିତ ପଞ୍ଚାୟତର ସର୍ବାଙ୍ଗୀନ ବିକାଶକୁ ପ୍ରାଥମିକତା ଦେବାକୁ ବିଧାୟକ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିଲେ। ଏହା ସହିତ ଅପ୍ରତିଦ୍ୱନ୍ଦୀ ସରପଞ୍ଚ ପ୍ରାର୍ଥୀ ଧିରେନ୍ଦ୍ର କୁମାର ସେଠୀ ନବୀନ ବାବୁଙ୍କ ବିକାଶ ଧାରାକୁ ବଜାଇ ରଖି ପଞ୍ଚାୟତର ଉନ୍ନତିକୁ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇଥିଲେ । ଏଥିସହ ନିର୍ବାଚନରେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟ କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଘୋଡାପଲାଣ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଶାନ୍ତ ଦାସ, ପୂର୍ବତନ ସମିତିଭ୍ୟ ପାବନ ନାୟକ, ପଞ୍ଚାୟତ ସଭାପତି ଭଗବାନ ପ୍ରଧାନ, ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଝୁନୁ ଦାସ, ଘନଶ୍ୟାମ ଦାସ, ଧ୍ରୁବ ଚରଣ ଦାସ, ସନ୍ତୋଷ ବେହେରା, କାଳୁଚରଣ ବେହେରା ସମେତ ଦଳୀୟ କର୍ମୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ