ପୌରପରିଷଦ ଅଧ୍ୟକ୍ଷା ପଦବୀ ସଂରକ୍ଷଣ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଅନୁରୋଧ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-୨୦୨୨ ପୌର ନିର୍ବାଚନ ପାଇଁ ଘୋଷଣା ହୋଇଥିବା ସଂରକ୍ଷଣ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଥିବାର ଜଣାପଡିଛି । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ପଦବୀ ନିମନ୍ତେ ଏସି-ମହିଳାଙ୍କୁ ସଂରକ୍ଷଣ ବ୍ୟବସ୍ଥା ରହିଛି । ହେଲେ ଏହି ପୌରପରିଷଦରେ ଗତ ୩୦ବର୍ଷ ହେଲା ସାଧାରଣ ବର୍ଗର ମହିଳାଙ୍କ ନିମନ୍ତେ ଅଧ୍ୟକ୍ଷା ପଦବୀ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା ହୋଇ ନାହିଁ ବୋଲି କଂଗ୍ରେସ ନେତା ବସନ୍ତ କୁମାର ପଣ୍ଡା କହିଛନ୍ତି । ଏନେଇ ସେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣକରି ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଗତ ୨୦୧୧ ଜନଗଣାନୁଯାୟୀ ପାରଳା ସହରରେ ସାଧାରଣବର୍ଗ ମହିଳାଙ୍କ ସଂଖ୍ୟା ଅଧିକ ରହିଛି । ଏପରି ସ୍ଥଳେ ଅନ୍ୟାନ୍ୟ ବର୍ଗକୁ କିପରି ସଂରକ୍ଷିତ କରାଯାଉଛି ଏବଂ ଏହା ରାଜ୍ୟ ସରକାରଙ୍କ ରାଜନୈତିକ ଚାଲ ବୋଲି କହିଛନ୍ତି । ଏହାସହ ପାରଳାଖେମୁଣ୍ଡି ପୌରପରିଷଦ ଅତିପୁରାତନ ହୋଇଥିଲେ ହେଁ ସହରର ବିକାଶରେ ସେଭଳି କୌଣସି ଆଖିଦୃଶିଆ ଉନ୍ନତି ଘଟିନାହିଁ । ଏହି ସହରରେ ସାଧାରଣ ବର୍ଗ ଲୋକଙ୍କ ସଂଖ୍ୟା ଅଧିକା ରହିଥିବାରୁ ସାଧାରଣ ବର୍ଗଙ୍କୁ ଆଗ୍ରାଧିକାର ଦେଲେ ସହରର ଉନ୍ନତିକରଣରେ ସହାୟକ ହେବ । ୨୦୨୨ ପୌରନିର୍ବାଚନରେ ଅଧ୍ୟକ୍ଷା ପଦବୀ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ କରି ସାଧାରଣ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ କରାଗଲେ ସହରର ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରିବ ବୋଲି ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ