ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ 73 ତମ ସାଧାରଣ ତନ୍ତ୍ର ଦିବସ ପାଳିତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ):-ଆଜି ପବିତ୍ର ସାଧାରଣ ତନ୍ତ୍ର ଦିବସ ଅବସରରେ ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିର ଠାରେ କୋଭିଡ୍ଡ କଟକଣା ଅନୁଯାୟୀ ପାଳିତ ହୋଇ ଯାଇଅଛି । ଏହି ଅବସରରେ ବରିଷ୍ଠ ଆଇନ ଯିବୀ ତଥା ଅନୁଷ୍ଠାନ ର ଉପଦେଷ୍ଟା ସନ୍ତୋଷ କୁମାର ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଥିବା କାର୍ଯ୍ୟକର୍ତ୍ତା ଙ୍କୁ ଜିବନ ରେ ଅନୁଭବି ହୋଇ ଚାଲିବାକୁ ହେବ ଏବଂଏକ ସୁନ୍ଦର ରାଷ୍ଟ୍ର ଗଠନ ରେ ଗୁରୁଜୀ ଗୁରୁମା ମାନଙ୍କ ଅତୁଳ ନିୟ ସେବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ଛାତ୍ରୀ ଆଦ୍ୟାସା ଦାସ ସାଧାରଣ ତନ୍ତ୍ର ଦିବସ ପାଳନ ବିଷୟ କୁ ନେଇ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁବ ସମାଜ ସେବୀ ଦିବ୍ୟରଞ୍ଜନ ଦାସ ଜଣେ ଖାଣ୍ଟି ଓଡିଆ ହେବା ପାଇଁ ଯୁବ ବର୍ଗଙ୍କୁ ଆହ୍ବାନ କରିଥିଲେ । କାର୍ଯ୍ୟକ୍ରମ ରେ ସାର୍ପ ଏଜୁକେଶନ ନିର୍ଦ୍ଦେଶକ ସତ୍ୟ ନାରାୟଣ ଶିଅ, ପରିଚାଳନା ସମିତି ର ସଦସ୍ୟ ଭି.ସତ୍ୟ ନାରାୟଣ ପାତ୍ର, ପି . ସତ୍ୟ ନାରାୟଣ ପାତ୍ର, ଯୁବ ସମାଜ ସେବୀ କାହ୍ନୁ ଚରଣ ସାହୁ , ଭାସ୍କର ପାତ୍ର, କାହ୍ନା ପରିଡ଼ା ଅନୁଷ୍ଠାନ ର ଶିବରାମ, ସୁକାନ୍ତ,ଗୁଣ୍ଡିଚା, ସୁଶାନ୍ତ, ବସନ୍ତ,ସିଭେନ୍ଦ୍ର ଗୁରୁଜୀ ଏବଂ ସଂଘମିତ୍ରା ଗୁରୂମା ଉପସ୍ଥିତ ଥିଲେ। ଅନୁଷ୍ଠାନ ର ପ୍ରଧାନଆଚାର୍ଯ୍ୟ କାଶୀନାଥ ସାହୁ ସ୍ବାଗତ ଭାଷଣ ଦେଇଥିଲା ବେଳେ ସଂପାଦକ ସୁଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବଣିକ ସଂଘ କାର୍ଯ୍ୟାଳୟ ରେ ସଂପାଦକ କୈଳାଶ ମହାପାତ୍ର ତହସିଲ ଅଫିସ ରେ ତହସିଲଦାର ଧରଣୀ ଧର ବେହେରା, ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କାର୍ଯୟନିର୍ବାହୀ ଅଧିକାରୀ ଏସ. ରାକେଶ କୁମାର ପାତ୍ର, ଥାନା ରେ ଥାନା ଅଧିକାରୀ ପ୍ରକାଶ କୁମାର ସାହୁ, ଅବସର ପ୍ରାପ୍ତ ସଂଘ ରେ ସଭାପତି ଅଭିମନ୍ୟୁ ପଟ୍ଟନାୟକ I


