ସରପଞ୍ଚ ପ୍ରାର୍ଥୀନୀ ଭାଗ୍ୟଲତା ବିଷୋୟୀ ଅପ୍ରତିଦ୍ୱନ୍ଦୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ । ପାଙ୍ଗିଡ଼ି ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଦୁଇ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହି ଦୁଇଜଣଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ଦ୍ୱାରା ପାଙ୍ଗିଡ଼ି ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ କେବଳ ଭାଗ୍ୟଲତା ବିଷୋୟୀ ଜଣେ ପ୍ରାର୍ଥୀନୀ ରହି ଅପ୍ରତିଦ୍ୱନ୍ଦୀ ହେବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି । ଅପ୍ରତିଦ୍ୱନ୍ଦୀ ହେବାପରେ ଭାଗ୍ୟଲତା ବିଷୋୟୀ ଏହାର ଶ୍ରେୟ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଦେବାସହ ବିଧାୟକ ଶ୍ରୀ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀମତୀ ବିଷୋୟୀ ଅପ୍ରତିଦ୍ୱନ୍ଦୀ ହେବାପରେ ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ସରପଞ୍ଚ ସୁଶାନ୍ତ କୁମାର ଆପଟ, ସମିତି ସଭ୍ୟ କୃଷ୍ଣ ରା, ବବୁଲ ନାୟକ, ସୂର୍ଯ୍ୟମଣି ଗୌଡ଼, ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । ପ୍ରକାଶ ଥାଉକି ଅପ୍ରତିଦ୍ୱନ୍ଦୀ ସରପଞ୍ଚ ଶ୍ରୀମତୀ ବିଷୋୟୀଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ବିଷୋୟୀ ପୂର୍ବରୁ ତାଙ୍କର ବହୁ ସମର୍ଥଙ୍କ ସହ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରାଙ୍କ ଉପସ୍ଥତିରେ ବିଜେଡ଼ିରେ ସାମିଲ ହୋଇଥିଲେ । ବିଧାୟକ ମହୋଦୟ ପୂର୍ଣ୍ଣଚନ୍ଦ୍ର ବିଷୋୟୀଙ୍କ ଧର୍ମପତ୍ନୀ ଭାଗ୍ୟଲତା ବିଷୋୟୀଙ୍କୁ ସରପଞ୍ଚ ପ୍ରାର୍ଥୀଭାବେ ମନୋନୀତ କରିଥିଲେ। ବର୍ତ୍ତମାନ ପାଙ୍ଗିଡ଼ିର ସେହି ସରପଞ୍ଚ ପଦବୀ ଅପ୍ରତିଦ୍ୱନ୍ଦୀ ହେବଯୋଗୁଁ ପୂର୍ଣ୍ଣଚନ୍ଦ୍ର ବିଷୋୟୀ ବିଧାୟକଙ୍କୁ କୃତଜ୍ଞତା ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ପଞ୍ଚାୟତର ଉନ୍ନତି ପାଇଁ ସମସ୍ତଙ୍କୁ ସହଯୋଗରେ ଭବିଷ୍ୟତରେ ସରପଞ୍ଚ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ