ଭାରତୀୟ ପୂର୍ବତନ ସୈନିକ ସଙ୍ଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) :-ଭାରତୀୟ ପୂର୍ବତନ ସୈନିକ ସଂଘ,ବାଲେଶ୍ୱର ଶାଖା ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସଙ୍ଗଠନର ସମ୍ପାଦକ ଆନନ୍ଦ ବରାଳ ଏଥିରେ ଅଧ୍ୟକ୍ଷତା କରିଥିଲେ । ସଂଘର ସଭାପତି କର୍ଣ୍ଣେଲ୍ କ୍ଷେତ୍ରମୋହନ ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସଂଘର ବରିଷ୍ଠ ସଭ୍ୟ ଯଥା ସୃଷ୍ଟିଧର ଦାସ, ପ୍ରତାପ ଚନ୍ଦ୍ର ବିଶ୍ୱାଳ, ଜୟନ୍ତ କୁମାର ବେହେରା ଏବଂ ଅନ୍ୟାନ୍ୟ ସଭ୍ୟବୃନ୍ଦ ଅଭୟଲାଲ୍ ପାତ୍ର, ପ୍ରଦୀପ ବେହେରା, ହେମନ୍ତ କୁମାର ଭୂୟାଁ, ମନୋଜ କୁମାର ଜେନା, ଅଶ୍ୱିନୀ କୁମାର ବର୍ଦ୍ଧନ, ଉପସଭାପତି ଅନନ୍ତ ଦାସ ଏବଂ ଲିଗାଲ୍ ଏଡ଼ଭାଇଜର ଜୟନ୍ତ ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ