ଜାତୀୟ କନ୍ୟାଶିଶୁ ଦିବସ ପାଳିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ସାମ୍ପ୍ରତିକ ପରିସ୍ଥିତିରେ ପୁଅ ତୁଳନାରେ ଝିଅ ମାନଙ୍କ ସଂଖ୍ୟା ହାର କମ ରହୁଥିବାରୁ ପ୍ରତି ବର୍ଷ ଜାନୁଆରୀ ମାସ ୨୪ ତାରିଖ ଦିନ ଜାତୀୟ ଶିଶୁ କନ୍ୟା ଦିବସ ସାରା ଦେଶରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୋମବାର ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସଭାକକ୍ଷ ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକ୍ଷକ ଡା.ପ୍ରତିଭା ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡା. ଦୁର୍ଗାପ୍ରସାଦ ପଣ୍ଡା, ଜିଲ୍ଲା ତାଲିମ ଦାତା ହରିହର ପାଢ଼ୀ, ସୁଶାନ୍ତ ସାସମଲ, ଏକାଉଟେଣ୍ଟ ସତ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ହିଞ୍ଜିଳିକାଟୁ ବ୍ଳକର କାର୍ଯ୍ୟରତ ଆଶା କର୍ମୀ, ଅଙ୍ଗନବାଡି, ସ୍ୱାସ୍ଥ୍ୟ କର୍ମୀ, ମେଡିକାଲରେ ସେବିକା, ଡାକ୍ତର ଏବଂ ଅନ୍ୟ କର୍ମଚାରୀ ମାନେ କନ୍ୟା ସନ୍ତାନ ଜନ୍ମ ସମୟରେ ଯେଭଳି ସେମାନଙ୍କୁ ଉତ୍ସାହିତ କରିବା ଉପରେ ଗୁରୁତ୍ୱ ଦେବା ଉପରେ ମତ ରଖି ଥିଲେ । ସେହିଭଳି ନିଜ ନିଜ ଘରେ କନ୍ୟା ସନ୍ତାନ ମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ, ଖେଳ, ନାଚ, ଗୀତ ରେ ପୁଅ ତୁଳନାରେ ରେ ଝିଅ ମାନଙ୍କୁ ସମାନ ସୁଯୋଗ ଦେବା ଉପରେ ଶପଥ କରିଥିଲେ । କନ୍ୟା ସନ୍ତାନ ପ୍ରତି ନିର୍ଯ୍ୟାତନା, ହିଂସା, ଏବଂ ପାତର ଅନ୍ତର ଦେଖା ଦେଲେ କନ୍ୟା ଶିଶୁର ଅଧିକାର ଅକ୍ଷୁର୍ଣ୍ଣ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରେ ଆଶା ମାନଙ୍କୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । କୃତି ପ୍ରତିଯୋଗୀଙ୍କୁ ପୁରସ୍କୁତ କରାଯାଇଥିଲା । କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ କାର୍ତ୍ତିକେଶ୍ୱର ସାହୁ, ଷ୍ଟାଫ୍ ନର୍ସ ରଶ୍ମିତା ଚୌଧୁରୀ, ସୁପ୍ରିୟା ସାହୁ ଓ ମେଡିକାଲ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ