ସରପଞ୍ଚ ପ୍ରାର୍ଥୀ ରୂପେ ଆନ୍ତର୍ଜାତୀୟ ରଗବୀ ଖେଳାଳି ନିର୍ବାଚନ ମଇଦାନ ରେ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଙ୍କ ପ୍ରବେଶ କିଛି ନୂତନ କରିବାର ଇଛା ଶକ୍ତି ସାରା ରାଜ୍ୟ ରେ ଦେଖିବାକୁ ମିଳୁଛି । ଏହି କ୍ରମରେ ସରପଞ୍ଚ ପ୍ରାର୍ଥୀ ରୂପେ ଆନ୍ତର୍ଜାତୀୟ ରଗବୀ ଖେଳାଳି ନିର୍ବାଚନ ମଇଦାନ ରେ ଅବର୍ତୀର୍ଣ୍ଣ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ର ଚମ୍ପା୍ଝର ପଞ୍ଚାୟତ ରୁ ସରପଞ୍ଚ ପ୍ରାର୍ଥୀ ରୂପେ ନିର୍ବାଚନ ରେ ଅବର୍ତୀର୍ଣ୍ଣ ହୋଇଛନ୍ତି । ଅନ୍ତର୍ଜାତୀୟ ରଗବୀ ଖେଳାଳି ତଥା ଆନ୍ତର୍ଜାତୀୟ ରଗବୀ ରେଫରୀ ଦିବ୍ୟରଞ୍ଜନ ଦାସ ଠାକୁରମୁଣ୍ଡା ବ୍ଲକ ଚମ୍ପା୍ଝର ଗ୍ରାମରେ ଜନ୍ମିତ ଦିବ୍ୟରଞ୍ଜନ କିସ ରେ ପାଠପଢ଼ା ପରେ ୨0୧୮ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରୁ ଶାରୀରିକ ଶିକ୍ଷା ରେ ସ୍ନାତକ ହାସଲ କରିଛନ୍ତି ସେ ସର୍ବଭାରତୀୟ ଜୁନିଅର ରଗବୀ ଚାମ୍ପିୟନସିପ, ଦକ୍ଷିଣ ଏସିଆ ରଗବୀ ଚାମ୍ପିୟନସିପ, ସିନିଅର ଜାତୀୟ ଫାଉଣ୍ଡେସନ କପ, ଏସିଆନ ରଗବୀ ଚାମ୍ପିୟନସିପ, ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ରଗବୀ କପ, ସିନିଅର ଜାତୀୟ ରଗବୀ ଚାମ୍ପିୟନସିପ ରେ ଖେଳି ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି । ଏବେ ସେ ଅନ୍ତର୍ଜାତୀୟ ରଗବୀ ରେଫରୀ ଭାବେ କାର୍ଯ୍ୟ କରୁଛନ୍ତି ନିର୍ବାଚନରେ ପ୍ରାର୍ଥୀ ହେବା ସମ୍ପର୍କରେ ଦିବ୍ୟରଞ୍ଜନ ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି କି କିସ ରେ ପାଠ ପଢିଲା ବେଳୁ କିସ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଙ୍କ ସଂସ୍ପର୍ଶ ରେ ଆସି ସମାଜ ସେବା ପ୍ରତି ମନ ବଳେଇ ଥିଲି ଡ଼ ଅଚ୍ୟୁତ ସାମନ୍ତ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ମୁଁ ମୋ ସାଙ୍ଗ ସାଥି ଙ୍କୁ ନେଇ ଏକ ଫାଉଣ୍ଡେସନ ପ୍ରତିଷ୍ଠା କରି ଅଞ୍ଚଳ ର ଲୋକଙ୍କ ସେବା କରୁଅଛି ଅଞ୍ଚଳ ର ଗୁରୁଜନ, ଅଞ୍ଚଳ ବାସୀ, ସାଙ୍ଗ ସାଥି ଇଛା କ୍ରମେ ଓ ରାଜନୀତି ମାଧ୍ୟମ ରେ ଲୋକ ଙ୍କ ସୁଖ ଦୁଃଖ ର ସାଥି ହୋଇ ଆମ ପଞ୍ଚାୟତ ର ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟା ସମାଧାନ କରିବାକୁ ମୁଁ ଆମ ଚମ୍ପା୍ଝର ପଞ୍ଚାୟତ ରୁ ସରପଞ୍ଚ ପ୍ରାର୍ଥୀ ରୂପେ ନିର୍ବାଚନ ରେ ଅବର୍ତୀର୍ଣ୍ଣ ହୋଇଛି । ସ୍ଥାନୀୟ ଅଞ୍ଚଳ ବାସୀ ତାଙ୍କ ପ୍ରତିକ୍ରିୟା ରେ ଉଚ୍ଚଶିକ୍ଷିତ ଦିବ୍ୟରଞ୍ଜନ ଜଣେ ଶିକ୍ଷିତ ତାଙ୍କ ସମାଜସେବା ରେ ଆଗ୍ରହ ଓ ଅଞ୍ଚଳ ର ଉନ୍ନତି ପାଇଁ ଥିବା ଇଚ୍ଛାଶକ୍ତି ପାଇଁ ଆମେ ତାଙ୍କୁ ସରପଞ୍ଚ ପ୍ରାର୍ଥୀ ହେବାକୁ କହିଲୁ ବୋଲି କହିଛନ୍ତି । ବର୍ତମାନ ର ରାଜନୀତି ର ପାଣିପାଗ ଦୃଷ୍ଟିରୁ ଦିବ୍ୟରଞ୍ଜନ ଙ୍କ ଭଳି ଉଚ୍ଚ ଶିକ୍ଷିତ ଯୁବକ ଙ୍କ ରାଜନୀତି ପ୍ରତି ଆଗ୍ରହ ନିହାତି କିଛି ନୂଆ କରିବାର ପ୍ରୟାସ କେତେ ଦୂର ସଫଳ ହେବ ତାହା ସମୟ କହିବ କିନ୍ତୁ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଙ୍କ ରାଜନୀତି ପ୍ରତି ଆଗ୍ରହ ଆଗାମୀ ସମୟ ରେ କିଛି ପରିବର୍ତନ ର ଆଭାଷ ଦେଉଛି ବୋଳି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତ ପୋଷଣ କରିଛନ୍ତି ।


