ଗଞ୍ଜାମ ବ୍ଲକର ବେଷ୍ଟ ପିଇଓ ଭାବେ ସମ୍ମାନିତ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଳକର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ଗୌଡ ବେଷ୍ଟ ପିଇଓ ଭାବେ ଜିଲ୍ଲାପ୍ରଶାସନ ତରଫରୁ ସମ୍ମାନିତ କରାଯାଇଛି । ସାଧରଣତନ୍ତ୍ର ଦିବସରେ ଛତ୍ରପୁର ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ସମାରୋହରେ, ରାଜ୍ୟ ସରକାରଙ୍କ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଂଜାମ ବ୍ଲକର ମଲାଡ଼ ଓ କାଇଁଛପୁର ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟରତ ଶ୍ରୀକାନ୍ତ କୁମାର ଗୌଡଙ୍କୁ ଗ୍ରାମାଞ୍ଚଳରେ କଠିନ ବର୍ଜ୍ୟବସ୍ତୁକୁ ସଂଗ୍ରହ କରି, ତାକୁ ଖତ କରି ଚାଷ ଜମିରେ ବ୍ୟବହାର କରିବା ଓ ପରିମଳ ସୁପରିଚାଳନା ପାଇଁ ଏବଂ ସରକାରଙ୍କ ଯୋଜନାକୁ ସଫଳ ରୂପାୟନ କରିବାରେ ଉତ୍ସର୍ଗୀକୁତ କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନିତ କରିଥିଲେ । ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଅତିଥି ଭାବେ ଯୋଗ ଦେଇଥିଲେ । ପିଇଓ ଗୌଡଙ୍କୁ ଏହି ସମ୍ମାନ ମିଳିଥିବାରୁ ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟ,ସମସ୍ତ ମହିଳା ସଙ୍ଘ, କର୍ମଚାରୀ , ସାମ୍ବାଦିକ, ଓ ଶୁଭେଛୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ