ବିଜେଡିର ନିର୍ବାଚନ ଆଚରଣ ବିଧି ଉଲଂଘନକୁ ନେଇ ଭାଜପାର ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ବିଜେଡି ଦଳର ଏକ ବୈଠକକୁ ନେଇ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ କରିଛି ଭାଜପା । ଗଜପତି ଜିଲ୍ଲା ମୋହନା ବ୍ଲକ କରଚାବାଡି ପଞ୍ଚାୟତ କାର୍ଯ୍ୟାଳୟରେ ମୋହନା ୯ନମ୍ବର ଜୋନ୍ର ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥୀ ଚନ୍ଦ୍ରକାନ୍ତ ମଳିକ ଏବଂ ତାଙ୍କ ସହଯୋଗୀ ଦଣ୍ଡାସୀ ସାହୁ, ଜିଲ୍ଲା ପ୍ରଭାରୀ ଜଗଦୀଶ ରାଓ ଓ ଦଳୀୟ କର୍ମୀ ଏକ ଦଳୀୟ ବୈଠକ କରିଥିଲେ । ଯାହାକି ବିଜେଡି ଦଳ ନିର୍ବାଚନ ଆଚରଣବିଧି ଉଲଂଘନ କରିଛି ବୋଲି ଅଭିଯୋଗ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରେ ହୋଇଛି । କରଚାବାଡି ପଞ୍ଚାୟତ ନିର୍ବାହୀ ଅଧିକାରୀ ସୋମେଶ୍ୱର ପରିଚ୍ଛାଙ୍କ ଅଜାଣତରେ ପିଅନ ମନରଞ୍ଜନ ନାୟକଙ୍କ ଉପସ୍ଥିରେ ତାଲା ଖୋଲି କିପରି ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ପ୍ରଶ୍ନ କରିଛି ଭାଜପା । ତେଣୁ ଏହାର ତୁରନ୍ତ ତଦନ୍ତ କରି ପିଅନ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ଚନ୍ଦ୍ରକାନ୍ତ ମଳିକ ଓ ସହଯୋଗୀଙ୍କ ଉପରେ ଓଡିଶା ନିର୍ବାଚନ କମିଶନରଙ୍କ ଆଇନ ଅନୁଯାୟୀ ପଦେକ୍ଷେପ ନିଆଯିବା ପାଇଁ ଅନୁରୋଧ କରିଛନ୍ତି ମୋହନା ବ୍ଲକ ଭାଜପା କାର୍ଯ୍ୟକର୍ତ୍ତା ମୋନଜ କୁମାର ସାହୁ, ସୁଧୀର ପାଇକ, ସତ୍ୟ ଦଣ୍ଡସେନା, ପ୍ଭାତ କୁମାର ପାତ୍ର ପ୍ରମୁଖ । ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ପତ୍ର ମାଧ୍ୟମରେ ଅଭିଯୋଗ କରିଥିବାର ଜଣାଇଛନ୍ତି ଭାଜପା କର୍ମକର୍ତ୍ତା ଗଣ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ