ଶିଖର ଓ ଅଲଣାରେ ଧାନମଣ୍ଡି ଉଦଘାଟିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଳକ ଅଲଣା ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଜଗତସିଂହପୁର ଉପଜିଲ୍ଲାପାଳ ଧମେନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧାନମଣ୍ଡିକୁ ଶୁଭ ଉଦଘାଟନ କରିଥିଲେ । ତାଙ୍କ ସହିତ ଜଗତସିଂହପୁର ବଜାର ନିୟନ୍ତ୍ରଣ କମିଟିର ସଂପାଦକ ସୂର୍ଯ୍ୟକାନ୍ତ ଦାସ ଏସଏଆରସିଏସ ଶିବ ପ୍ରସାଦ ମହାନ୍ତି, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନାଉଗାଁ ଶାଖା ପରିଚାଳକ ମନୋରଂଜନ ଦାସ, ଯୋଗାଣ ନିରୀକ୍ଷକ ଅମୀୟ ରଂଜନ ପ୍ରଧାନ, ପୂର୍ବତନ ସଂପାଦକ ଶିବଚରଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଧାନକ୍ରୟ କମିଟିର ସଭାପତି ସୁଶାନ୍ତ ଦାସ, ସଦସ୍ୟ ରୋହିତ ମହାନ୍ତି, ତରୁଣକାନ୍ତ ବାରିକ, ଶ୍ରୀଚରଣ ରାଉତ, ବିଜୟ କୁମାର ପରିଡା, ବିଷ୍ଣୁଚରଣ ସାହୁ, ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ୧୪ଜଣ ଚାଷୀଙ୍କ ଠାରୁ ୫୦୦କୁଇଂଟାଲ ଧାନ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସମିତିର ସଂପାଦକ ଜ୍ୟୋତିପ୍ରକାଶ ଲେଙ୍କା, ଡିଇଓ ରଂଜନ କୁମାର ଲେଙ୍କା, ରୁଦ୍ରନାରାୟଣ ରାଉତ ପରିଚାଳନା କରୁଥିଲେ । ଚଳିତ ବର୍ଷ ଉକ୍ତ ମଣ୍ଡିରେ ୫୩୮ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ନାମ ପଂଜିକରଣ କରିଥିବା ସମିତି ସଂପାଦକ ଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି ।


