କୋଭିଡ୍ ନିୟମରେ ପାଳିତ ହେଲା ବସନ୍ତ ପଞ୍ଚମୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବିନା ଜାକଜକମ ତଥା ବିନା ହର୍ଷଉଲ୍ଲାସରେ ପାଳିତ ହେଲା ବିଦ୍ୟାର ଦେବୀ ମା ସରସ୍ୱତୀଙ୍କ ପୂଜା ଓ ବସନ୍ତ ପଞ୍ଚମୀ । ଚଳିତ ବର୍ଷ ମଧ୍ୟ କୋଭିଡ୍‌-୧୯ ନିୟମ ଲାଗୁ ହୋଇଥିବାରୁ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟ ମହାବିଦ୍ୟାଳୟର କର୍ମଚାରୀ ମଧ୍ୟରେ ପୂଜା ପାଳନ ହୋଇଛି । ଓଡିଆ ରିତି ନିୟମ ଅନୁଯାୟୀ ଏହି ପର୍ବ ବିଦ୍ୟାର ଆରଧ୍ୟା ଦେବୀଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇ ଥାଏ । ଏହି ଦିନ ଅନେକ ଶିଶୁ ଆଜି ବିଭିନ୍ନ ପୂଜାନୁଷ୍ଠାନରେ ଖଡି ଛୁଆଁଇଥିବାର ମଧ୍ୟ ଦୃଷ୍ଟିକୁ ଆସିଥିଲା । ଛୋଟ ଶିଶୁ ମାନେ ଏହି ଦିନ ଖଡି ଛୁଆଇଁ ନିଜର ବିଦ୍ୟା ବୃତ୍ତିକୁ ଆରମ୍ଭ କରିବାର ଏକ ପୌରାଣିକ ପରମ୍ପରା ତଥା ବିଶ୍ୱାସ ରହିଅଛି । ଏହି ଅବସରରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ଏସ୍‌.କେ.ସି.ଜି. କଲେଜ, ବିନୋଦିନି ବିଜ୍ଞାନ ମହାବିଦ୍ୟାଳୟ ଏହି ଭଳି ବହୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ମାଁ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଇଛି । ସେହିପରି ସହରରେ ଥିବା କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଗୁଡିକ ଏବଂ ଟ୍ୟୁଟରିଆଲ କେନ୍ଦ୍ର ମାନଙ୍କରେ ଏହି ପୂଜା ପାରମ୍ପାରିକ ଭାବେ ଅନୁଷ୍ଠିତ ହୋଇଯାଇଛି । ସେହିପରି ପାରଳାଖେମୁଣ୍ଡି ସ୍ଥିତ +୩ ମହିଳା ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷା ରୀନା ସାହୁଙ୍କ ନିର୍ଦ୍ଦେଶକ୍ରମେ ଅଳ୍ପ ସଂଖ୍ୟକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନଙ୍କ ଉପସ୍ଥିତିରେ ରୀତିନିତୀ ଅନୁଯାୟୀ ହୋମ ଯଜ୍ଞ, ପୂଜାର୍ଚ୍ଚନା ଆଦି କରାଯାଇଥିଲା । ଏହି ପୂଜା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ