ସରପଞ୍ଚଙ୍କ ପ୍ରଚାର ଗାଡିରେ ନିଆଁ ଲଗାଇଲେ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗୌଡଗାଁ ପଞ୍ଚାୟତରେ ନିର୍ବାଚନୀ ହିଂସା।ପ୍ରଚାର ଗାଡିକୁ ଗତ କାଲି ରାତ୍ରୀରେ ପୋଡିଦେଲେ ଆଜଣା ଦୁର୍ବୃତ । ଏ ନେଇ କେ.ନୁଆଁଗାଁ ଥାନାରେ ଏତଲା ଦେଇଛନ୍ତି ସରପଞ୍ଚ ପ୍ରାର୍ଥନୀ ବିଷ୍ଣୁପ୍ରୀୟା ସାହୁଙ୍କ ସ୍ୱାମୀ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ । ଗତକାଲି ରାତ୍ରୀରେ ତାଙ୍କ ପ୍ରଚାର ଗାଡିକୁ ଗାଁର ନୂଆଁ ସାହି ମଝି ରେ ପାଲ ଘୋଡାଇ ରଖିଥିଲେ।ଦୁର୍ବୃତ ମାନେ ବିଳମ୍ବିତ ରାତ୍ରୀରେ ଗାଡିରେ ନିଆଁ ଲଗାଇ ଦେଇଥିଲେ।ନିଆଁ ହୁତୁ,ହୁତ ଜଳୁଥିଲା । ଏହି ସମୟର ସାହିର ଜଣେ ପରିଶ୍ରା କରିବା ପାଇଁ ଉଠିବା ସମୟରେ ଏହି ଅଗ୍ନିକାଣ୍ଡ ଦେଖି ପାଟି କରିବାର ସାହି ଲୋକମାନେ ଘଟଣା ସ୍ଥଳରେ ରୁଣ୍ଡ ହୋଇ ନିଆଁକୁ ଆୟତ କରି ସରପଞ୍ଚକୁ ଖବର ଦେଇଥିଲେ।ତାଙ୍କ ପ୍ରତିପକ୍ଷ ଗୋଷ୍ଠି ଲୋକଙ୍କ ଏଥିରେ ସଂପୃକ୍ତି ଥିବା ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ ସନ୍ଦେହ କରିଥିବା ଥାନାରେ ଦେଇଥିବା ଏତଲା ରେ ଦର୍ଶାଯାଇଛି ।