ଘରକୁ ଘର ବୁଲି ପ୍ରଚାର ଅଭିଯାନ ଚଳାଇଛନ୍ତି ସରପଂଚ ପ୍ରାର୍ଥିନୀ ଓ ସମିତିସଭ୍ୟ ପ୍ରାର୍ଥୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ କାଳିପଲ୍ଲୀ ପଂଚାୟତରେ ସରପଂଚ ଏବଂ ସମିତି ପ୍ରାର୍ଥୀ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ସରପଂଚ ପ୍ରାର୍ଥିନୀ ଏନ୍. ତେଜସ୍ୱିନୀ ଏବଂ ସମିତିସଭ୍ୟ ପ୍ରାର୍ଥୀ ଏସ୍. ଋମେଶ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । କାଳିପଲ୍ଲୀ ପଂଚାୟତରେ ହେଉଥିବା ବ୍ୟାପକ ଦୁର୍ନିତି ତଥା ଯୋଜନା ସବୁକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବା ବଦଳରେ ବାଟମାରଣା କରାଯାଉଥିବା କହିଛନ୍ତି ସରପଂଚ ପ୍ରାର୍ଥିନୀ ଏନ୍. ତେଜସ୍ୱିନୀ । ଏହା ସହିତ ପଂଚାୟତ ବାସୀ ମୌଳିକ ସୁବିଧା ସୁଯୋଗରୁ ମଧ୍ୟ ବଂଚିତ । ଏହା ସହିତ ଲୋକଙ୍କ ବିଭିନ୍ନ ପ୍ରସଙ୍ଗ କୁ ମୁଦ୍ଦା କରି ଭୋଟରଙ୍କ ନିକଟରେ ପହଂଚୁଛନ୍ତି ସରପଂଚ ପ୍ରାର୍ଥିନୀ । ୧୨ଟି ୱାର୍ଡକୁ ନେଇ ଗଠିତ କାଳିପଲ୍ଲୀ ପଂଚାୟତକୁ ସମୃଦ୍ଧ, ବିକଶିତ ତଥା ଆଦର୍ଶ ପଂଚାୟତ କରିବାକୁ ନିର୍ବାଚନ ଲଢୁଥିବା ସରପଂଚ ପ୍ରାର୍ଥିନୀ ଏନ୍. ତେଜସ୍ୱିନୀ କହିଛନ୍ତି । ତାଙ୍କ ସହିତ ସମିତିସଭ୍ୟ ପ୍ରାର୍ଥୀ ଏସ୍. ଋମେଶ ଘରକୁ ଘର ବୁଲି ଭୋଟଭିକ୍ଷା କରୁଛନ୍ତି । ସରପଂଚ ପ୍ରାର୍ଥିନୀ ଏନ୍. ତେଜସ୍ୱିନୀ ଜଣେ ଶିକ୍ଷିତ ଯୁବତୀ ହୋଇଥିବା ବେଳେ ତାଙ୍କ ସ୍ୱାମୀ ବନ୍ଦର ଗ୍ରାମର ବି. ଲାଚ୍ଛେୟା ଯୁବ ସମାଜସେବୀ ଭାବେ ବେଶ୍ ପରିଚିତ । ଏହା ସହିତ ସମିସସଭ୍ୟ ପ୍ରାର୍ଥୀ ଏସ୍. ଋମେଶ ବଡପୁଟି ଗ୍ରାମର ନାଇଡୁ ଏସ୍. ମାଙ୍ଗେଳେୟାଙ୍କ ଜ୍ୟୋଷ୍ଠପୁତ୍ର ଅଟନ୍ତି । ଯାହା ଫଳରେ ଦିନକୁ ଦିନ ଉଭୟଙ୍କ ପ୍ରଚାର ପ୍ରସାର ଲାଗି ଗାଁ ମାନଙ୍କରେ ସମର୍ଥନ ବଢିବାରେ ଲାଗିଛି ।


