ଜନ୍ମଦିନ ଉପଲକ୍ଷେ ଅନାଥ ଶିଶୁଙ୍କୁ ମିଷ୍ଠାନ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜନ୍ମଦିନ ଉପଲକ୍ଷେ ଅନାଥ ଶିଶୁ ତଥା ଅନ୍ତେବାସୀଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଛି । ସୂଚନା ଯୋଗ୍ୟ ଯେ, ଭଣ୍ଡାରୀ ସାହି ନିବାସୀ ସୀତାରାମ ମିଶ୍ରଙ୍କ ୮୫ତମ ଜନ୍ମ ଦିବସ ଉପଲକ୍ଷେ ତାଙ୍କ ପରିବାର ପକ୍ଷରୁ ନବଜୀବନ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଅନାଥ ଶିଶୁ ତଥା ଅନ୍ତେବାସୀଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଶ୍ରୀ ମିଶ୍ର ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ । ସେନାରୁ ଅବସର ନେବା ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କର କର୍ମଚାରୀ ଭାବେ ଯୋଗଦାନ କରିଥିଲେ । ବ୍ୟାଙ୍କରୁ ମଧ୍ୟ ଅବସର ନେବା ପରେ ସେ ଅବସର ବିନୋଦନ ପାଇଁ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଚାଲିଛନ୍ତି । ବୟସ ଅତିକ୍ରାନ୍ତ ହୋଇ ଯାଇଥିବାରୁ ଘରେ ରହି ତାଙ୍କ ପରିବାରର ଜ୍ୟୋଷ୍ଠ ପୁତ୍ର ଇଂ.ଲକ୍ଷ୍ମୀ ନାରାୟଣ ମିଶ୍ର, କନିଷ୍ଠ ପୁତ୍ର ଶ୍ମିରଂଜନ ମିଶ୍ର, ସ୍ୱାଧୀ ତଥା ଶିକ୍ଷୟତ୍ରୀ ଅନୁସୁୟା ଦେବୀ (ଅନୀତା ମିଶ୍ର) ପ୍ରମୁଖଙ୍କ ଜରିଆରେ ଧାର୍ମିକ ଓ ସମାଜିକ କାର୍ଯ୍ୟ ଚଳାଇଛନ୍ତି । ସୀତାରାମ ମିଶ୍ର ପ୍ରତି ବର୍ଷ ପାଳନ କରୁଥିବା ନିଜ ଜନ୍ମ ଦିବସରେ ଏପରି ଭାବେ ନିଆରା ଢଙ୍ଗରେ ପାଳନ କରୁଥିବାରୁ ସହରର ବିଭିନ୍ନ ମହଲ ତରଫରୁ ଶୁଭେଚ୍ଛାର ଶୁଅ ଛୁଟୁଥିବାର ମଧ୍ୟ ଜଣାପଡିଛି ।


