ସ୍ୱାସ୍ଥ୍ୟକେନ୍ଦ୍ରରେ ମହାପରାୟନ ଗାଡ଼ି ନମିଳିବାରୁ ଉତେଜନା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବିଭିନ୍ନ ପ୍ରକାର ପ୍ରସ୍ତୁତି ପ୍ରଣାଳୀ ରଖିଥିବା ବେଳେ ସେସବୁରୁ ବଞ୍ଚିତ ହେଉଛନ୍ତି ଗୁମ୍ମା ଅଞ୍ଚଳବାସୀ । ସୂଚନା ଅନୁସାରେ ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ବିଳମ୍ବିତ ରାତି ୮ସମୟରେ ସେରଙ୍ଗ ଅଞ୍ଚଳର ସୁଲୋମି ଶବର(୬୨) ଅସୁସ୍ଥ ହୋଇ ଥିବାରୁ ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଏଠାରେ ଉକ୍ତ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଗଡିଥିଲା । ଏନେଇ ମୃତ୍ୟୁ ପରିବାରଙ୍କ ଲୋକେ ଶବ ଗ୍ରାମକୁ ନେବାକୁ ଡାକ୍ତରଙ୍କୁ କହିଥିଲେ । କିନ୍ତୁ ଡାକ୍ତର ସିଧାସଳଖ ଗାଡ଼ି ନଥିବା ସହ ମୃତ୍ୟୁ ଶବ ନେବା ପାଇଁ ଏଠାରେ କୌଣସି ପ୍ରକାର ଶୁଭିଧା ନଥିବା କହିଥିଲେ । ଏହାପରେ ମୃତ୍ୟୁଙ୍କ ପରିବାର ଲୋକେ ଉତେଜନା ପ୍ରକାଶ କରିବା ସହ ବାଧ୍ୟ ହୋଇ ଗାଡ଼ି ଭଡ଼ା କରି ମୃତ୍ୟୁ ଶବକୁ ଗ୍ରାମକୁ ନେଇଥିଲେ । ଏପରି ଭାବରେ ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖ ୯ଟି ପଞ୍ଚାୟତର ଲୋକେ ନିର୍ଭରଶୀଳ ହେଉଥିବା ବେଳେ ଏପରି ଘଟଣା ଅତି ନିନ୍ଦନୀୟ ବୋଲି ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସାଧାରଣ ଲୋକଙ୍କ କହିବା ଅନୁଯାୟୀ ଏଠାରେ ଅନେକ ମୃତ୍ୟୁ ପରିବାରଙ୍କ ସହ ଏମିତି ହେଉଛି ସେମାନେ ନିଜେ ନିଜର ବେବସ୍ତା କରି ନେଉଛନ୍ତି ବୋଲି କୁହାଯାଏ । କିନ୍ତୁ ଏଠାରେ ଏକ ଶବ ବୁହା ସରକାରୀ ଗାଡ଼ି ଅଛି କିନ୍ତୁ ଏହାକୁ ବ୍ୟବହାର ନକରି ଅନ୍ୟ ଉଦ୍ଧେଶ୍ୟରେ ବ୍ୟବହାର କରାଯାଉଛି ବୋଲି କହିଛନ୍ତି । ଏନେଇ ଦାଇତ୍ଵରେ ଥିବା ଭାରପ୍ରାପ୍ତ ଡାକ୍ତର ଡ଼ଃ ଚିନ୍ମମୟଙ୍କୁ ବହୁବାର ଯୋଗାଯୋଗ କରିଥିଲେ ବି କୌଣସି ଉତ୍ତର ଦେଇନଥିଲେ ।


