ବାଇକ ଦୁର୍ଘଟଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖୁରିଗାମ ଗ୍ରାମ ନିକଟରେ ଗତକାଲି ରାତ୍ର ସମୟରେ ଏକ ବାଇକ ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଜଗଦୀଶ ଆପଟ ଓଆର୍ ୦୭ ଏଏଫ ୮୬୧୭ ନମ୍ବର ବିଶିଷ୍ଟ ଜଣେ ବାଇକ ଆରୋହୀ ନିଜ ଗ୍ରାମ ଅଭିମୁଖେ ଫେରୁଥିବା ସମୟରେ ଖୁରିଗାମ୍ ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ପଥଚାରୀ ତଥା ଚାଲି ଚାଲି ଯାଉଥିବା ବୃଦ୍ଧାଙ୍କୁ ଧକ୍କା ଦେଇଥିଲେ । ଦୁର୍ଘଟଣା ସ୍ଥଳରେ ବୃଦ୍ଧ ଜଣକ ଗୁରୁତର ଆଘାତ ଲାଗିଥିବାରୁ ଛଟପଟ ହେଉଥିଲେ । ଘଟଣା ସମ୍ପର୍କରେ କାଶୀନଗର ଅଗ୍ନିଶମ ବିଭାଗ ଖବର ପାଇ ତୁରନ୍ତ ଦୁର୍ଘଟଣା ସ୍ଥଳକୁ ଯାଇ ବୃଦ୍ଧ ଜଣକୁ ଉଦ୍ଧାର କରି କାଶୀନଗର ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଗୁରୁତର ଥିବାରୁ ବୃଦ୍ଧ ଜଣଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକା ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିବାର ଜଣାପଡିଛି । ବୃଦ୍ଧ ଜଣକଙ୍କ ଖୁରଗାମ ଗୁଡା ଗ୍ରାମର ଚିନ୍ନାୟା ଶବର ବୋଲି ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ