୮ ନଂ ଜୋନରେ କଡା ଟକ୍କର କଂଗ୍ରେସ, ବିଜେଡି, ବିଜେପି

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅଡବା ୮ନଂ ଜୋନ ରେ ଆଗାମୀ ୧୬ ତାରିଖିରେ ହେବାକୁଥିବା ପ୍ରଞ୍ଚାୟତ ନିବାଚନରେ ୮ନଂ ଜୋନ ର ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାଥିମାନଙ୍କ ପ୍ରଚାର ପାଇଁ ପ୍ରସାର ଜୋର ଦାର ଚାଲିଛି।ସମସ୍ତ ଉଭୟ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ଟକ୍କର ଆରମ୍ଭ ହୋଇଛି । ୮ନଂ ଜୋନଂରେ ୧୫ଟି ପ୍ରଞ୍ଚାୟତ ପାଇଁ ଜିଲ୍ଲା ପରିଷଦ ପ୍ରାଥିନୀ ଭାବେ ତିନି ଜଣ ପ୍ରାଥିନୀ ପ୍ରତି ଦୃଦ୍ଵୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି । ମୁଖ୍ୟତଃ କଂଗ୍ରେସ ଓ ବିଜେଡି ମଧ୍ୟ ଦ୍ୱିମୁଖ୍ୟ ପ୍ରତିଦ୍ୱିତା ହୋଇଛି । କଂଗ୍ରେସ ଦଳର ପ୍ରାଥିନୀ ରିନା ପ୍ରଧାନ ଓ ବିଜୁ ଜନତା ଦଳର ପାର୍ଟିର କୁନ୍ତୁଳା ମାଝୀ ଓ ଭାରତୀୟ ଜନତା ପାର୍ଟି ର ବାସ୍ତିନା ମଲ୍ଲିକ ନିବାଚନ ରଣା ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ପ୍ରତେକ ନିଜ ନିଜ ସପକ୍ଷରେ ଜନମତ କୁ ଆକୃଷ୍ଟ କରିବା ପାଇଁ ପ୍ରଚାର କାର୍ଯ୍ୟ ଜୋର ଦାର କରୁଥିବା ଲକ୍ଷ୍ୟ କରାଯାଇଛି । କଂଗ୍ରେସ ର ରିନା ପ୍ରଧାନ ପୂର୍ବତନ ସରପଞ୍ଚ ଭାବେ ନିଜର ଅଭିଞାତା ରହିଛି । ଘରେ ଘରେ ପହଞ୍ଚି ଲୋକଙ୍କୁ ଆକୃଷ୍ଟ କରୁଛନ୍ତି । କିନ୍ତୁ ଗତବର୍ଷ 2017 ରେ କଂଗ୍ରେସ ବିଜୟ ଲାଭ କରିଥିଲେ । ଜିଲ୍ଲା ପରିଷଦ ପ୍ରାଥି ବାଳକୃଷ୍ଣ ମଲ୍ଲିକ କୌଣସି ଆଖି ଦୃଶ୍ୟ କାମ ହୋଇ ନଥିଲା।ସେଥିରେ ବି ଲୋକ ଅସନ୍ତୁଷ୍ଟ ହୋଇରହିଛି । ହେଲେ ମଧ୍ୟ କଂଗ୍ରେସ ଗଡରେ ଦକ୍ଷ୍ୟ ସହ ବିଜୟ ହେବ ବୋଲି ଆଶା ରଖିଛି । ସେହିପରି ବିଜୁ ଜନତାଦଳର ପାର୍ଟିର ପ୍ରାଥିନୀ କୁନ୍ତୁଳା ମାଝୀ ନିଜର ରାଜନୀତି ମୁଦ୍ଦା ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛନ୍ତି । ବିଜେଡି ର ବରିଷ୍ଠ ଅଭିଞତା ଙ୍କ ସହ ମିଶି ନିଜର ପ୍ରଚାର ଜୋର ଦାର କରୁଛନ୍ତି । ୮ ନଂ ଜୋନ ୧୫ ଟି ପଞ୍ଚାୟତ ମଧ୍ୟ ରୁ ରିନା ପ୍ରଧାନ ପ୍ରଚାର ରେ ବହୁ ଆଗରେ ଥିବା ବେଳେ ଓ ତାଙ୍କର ପଲ୍ଲା ଭାରି ଥିବା ଜଣା ପଡୁଛି । କିନ୍ତୁ ଭାରତୀୟ ଜନତା ପାର୍ଟି ର ବାସ୍ତିନା ମଲ୍ଲିକ ମଧ୍ୟ ନିଜର ଦଳର କମି କତ୍ତାମାନଙ୍କ ସାହାଯ୍ୟ ରେ ଏହି ଜୋନର ବଗ ମାନଙ୍କୁ ଆକୃଷ୍ଟ କରିଛନ୍ତି ଚକମା ଦେଖିବାକୁ ଉଦ୍ୟମ କରୁଛନ୍ତି । ତଥାପି ଭୋଟଙ୍କ ମୁଡରୁ ଏଠାରେ ଦ୍ୱିମୁଖ୍ୟ ପ୍ରତି ଯୋଗିତା ହେବା ଜଣା ପଡୁଛି ଓ ବତ୍ତମାନ ସୁଦ୍ଧା ବିଜେଡି ର କୁନ୍ତୁଳା ମାଝୀ ପ୍ରଚାର ମାଧ୍ୟମରେ ନିଜ ପଲ୍ଲା କୁ ଭାରି ରଖିଛନ୍ତି । ଆସନ୍ତା ୧୬ ତାରିଖିରେ ଭୋଟ ବାକ୍ସରେ କିଏ ଜନମତ କୁ ସପକ୍ଷରେ କବଜା କରିପାରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ