ଉଚ୍ଚ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଲୋଗୋ ଉନ୍ମୋଚିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକ ଅନ୍ତର୍ଗତ ଭାଗବାନପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଲୋଗୋ ଉନ୍ମୋଚନ କାର୍ଯ୍ୟ ଫେବୃଆରୀ ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବ୍ଲକ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମହୋଦୟ ସମଗ୍ର ଶିକ୍ଷା ଲୋଗକୁ ଉନ୍ମୋଚନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ମିଶ୍ର ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ସୋନାଲିନ ପଣ୍ଡା, ଏସଏମସି ସଭାପତି ମାନସ କୁମାର ପ୍ରଧାନ, ସହକାରୀ ଶିକ୍ଷକ ଦେବରାଜ ସେଠୀ, ରାମଚନ୍ଦ୍ର ସାସମଲ, କିଶୋର କୁମାର ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ବ୍ରହ୍ମାନନ୍ଦ ନାୟକ ଏବଂ ସହକାରୀ ଶିକ୍ଷୟିତ୍ରୀ ରଶ୍ମିରାଣୀ ଦେବୀ, ସଲୀଳା କୁମାରୀ ରଥ, ନିରୂପମା ମହାପାତ୍ର, ବୈଶାଳୀ ଦେଇ ଓ ମାନସୀ ରାଣୀ ପ୍ରଧାନ ଉପସ୍ଥିତ ଥିଲେ । ଏବିଇଓ ଶ୍ରୀ ସେନାପତି ଉପସ୍ଥିତ ଅଭିଭାବକ ବୃନ୍ଦଙ୍କୁ ଲୋଗୋର ଉଦ୍ଦେଶ୍ୟ ଓ ଜନସାଧାରଣ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ କର୍ତ୍ତବ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ