ରୋଟାରୀ ପକ୍ଷରୁ ବୃକ୍ଷ ରୋପଣ

ଛତ୍ରପୁର, (ଦେବଦତ୍ତ ମହାରଣା) :-ରୋଟାରୀ କ୍ଲବ ଛତ୍ରପୁର ପକ୍ଷରୁ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ମହାନାଦପୁର ପଞ୍ଚାୟତର ସିଙ୍ଗିପୁର ଗ୍ରାମର ନୀଳକଣ୍ଠେଶ୍ଵର ମନ୍ଦିର ପରିସର ଓ ଗ୍ରାମ ପୋଖରୀ ହୁଡାରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାର୍ଟର ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପାତ୍ର ଓ କୋଷାଧ୍ୟକ୍ଷ ସୁରଜିତ ସାମନ୍ତରାୟ ଯୋଗ ଦେଇଥିଲେ । ସିଙ୍ଗିପୁର ଗ୍ରାମର ବରିଷ୍ଠ ନାଗରିକ ସନିଆ ବାଡତ୍ୟା, ଦଣ୍ଡପାଣି ରାଉଳ, ବିନୋଦ ପୁରୋହିତ ଓ ଯୁବ ବୃକ୍ଷ ପ୍ରେମୀ ଧିରେନ ରାଉଳଙ୍କ ସଂଯୋଜନାରେ ବହୁ ଯୁବକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ