ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟାଙ୍କ ପ୍ରଚାର ଜୋର ଧରିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ବ୍ଲକର କେ.ସୀତାପୁରଗ୍ରାମ ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥି କେ.ତେଜେଶ୍ୱର ରାଓ ଏବଂ ସମିତି ସଭ୍ୟା ବାଲା ସାୟାମ୍ମାଙ୍କ ପ୍ରଚାର ଜୋର ଧରିଲା । ଏହି ଦୁଇ ପ୍ରାର୍ଥି ସେମାନଙ୍କର ସମର୍ଥକଙ୍କ ସହ ଘର ଘରକୁ ବୁଲି ନିଜ ନିଜ ସପକ୍ଷରେ ପ୍ରଚାର କରିବା ସହ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କରୁଥିବା ଲକ୍ଷ କରାଯାଇଛି । ଏମାନଙ୍କ ପ୍ରଚାର ବେଳେ ପ୍ରତ୍ୟେକ ଗ୍ରାମରେ ଏମାନଙ୍କୁ ସ୍ୱାଗତ କରି ଲୋକେ ପାଛୋଟି ନେଉଥିବା ମଧ୍ୟ ଲକ୍ଷ କରାଯାଇଛି । ସରପଞ୍ଚ ପ୍ରାର୍ଥି କେ.ତେଜେଶ୍ୱର ରାଓ ଏବଂ ସମିତି ସଭ୍ୟା ବାଲା ସାୟାମ୍ମାଙ୍କ ପ୍ରଚାର ବେଳେ ଅଞ୍ଚଳର ବିକାଶ ଓ ଲୋକଙ୍କ ସମସ୍ୟାର ସମାଧାନ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ