ଘରକୁ ଘର ବୁଲି ନିର୍ବାଚନ ପ୍ରଚାର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ୮ନମ୍ବର ଜୋନ ଜିଲ୍ଲା ପରିଷଦର ବିଜେଡି ପ୍ରାର୍ଥୀ ରଶ୍ମୀରଞ୍ଜନ ରାଉତ ସେହି ଜୋନ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତରେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର ଚଳାଇଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୃତ୍ୟୁ ଠାରୁ ଜନ୍ମ ପର୍ଯ୍ୟନ୍ତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଶଙ୍ଖ ଚିହ୍ନରେ ଭୋଟଦେଇ ତାଙ୍କୁ ଜୟଯୁକ୍ତ କରାଇବାକୁ ଭୋଟରମାନଙ୍କୁ ବୁଝାଇଥିଲେ । ଏହି ପ୍ରଚାର କାର୍ଯ୍ୟକ୍ରମରେ ପ୍ରାର୍ଥୀ ଶ୍ରୀ ରାଉତଙ୍କ ସହ ଯୁବନେତା ପ୍ରଶାନ୍ତ କୁମାର ସିଂ, କାଳି ପ୍ରସାଦ ମିଶ୍ର, ମହିଳା ବିଜେଡି ସଭାନେତ୍ରୀ ରୋସ୍ôନା ସାହୁ, ନଗର ସଭାପତି ଯଯାତି କେଶରୀ ମହାନ୍ତି, ମହମ୍ମଦ ନିୟାଜ ପ୍ରମୁଖ ଭୋଟରମାନଙ୍କୁ ଭେଟି ବିଜେଡି ପ୍ରାର୍ଥୀ ଶ୍ରୀ ରାଉତଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।


