ନିର୍ବାଚନୀ ହିଂସା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ଷୋଳମପୁର ଠାରେ ଗତ ବୁଧବାର ବିଳମ୍ବିତ ରାତ୍ରିରେ ଏକ ବଡଧରଣର ନିର୍ବାଚନୀ ହିଂସା ଘଟିଯାଇଛି । ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୮ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବାରୁ ତାଙ୍କୁ କଟକ ପଠାଯାଇଥିବା ଜଣାପଡିଛି । ଅନ୍ୟ ୭ଜଣ ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସିତ ହେଉଥିବା ବେଳେ ଗାଁରେ ଚାପା ଉତ୍ତେଜନା ଲାଗିରହିଛି । ଉକ୍ତ ଗଣ୍ଡଗୋଳରେ କିଛି ମୋଟର ସାଇକେଲ, ସାଇକେଲ, କମ୍ପ୍ୟୁଟର ଓ ବାସଗୃହ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଦୁଇ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଗାଁରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି ।