ଅବସରକାଳୀନ ସମ୍ବର୍ଦ୍ଧନା ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ମିଳିତ ଶିକ୍ଷକ ମଞ୍ଚ ପକ୍ଷରୁ ଟିଲୋ ଗଡଚଣ୍ଡି ଉପ୍ରା ବିଦ୍ୟାଳୟ ପରିସରରେ ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ସଂପାଦକ ମଙ୍ଗରାଜ ଧର୍ମେନ୍ଦ୍ର ନାରାୟଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମା, ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ହରିହର ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ବ୍ଲକ ଓଷ୍ଟା ସଂପାଦକ ଶଶୀଶେଖର କରଶର୍ମା, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟି, ଭାସ୍କର ଚନ୍ଦ୍ର ପାଢୀ, ଅଲେଖ ଚନ୍ଦ୍ର ନାୟକ, ଅଲୋଷ୍ଟା ଭଦ୍ରକ ଜିଲା ସଂପାଦକ ଉପେନ୍ଦ୍ର କୁମାର ବିଶ୍ୱାଳ, ମେନକାରାଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀଲିପ ଜେନା, ଗଡଚଣ୍ଡି ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୋଲାପରାଣୀ ରାଉତ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅନାମ ଚରଣ ଜେନା, ଉମେଶ ଚନ୍ଦ୍ର ଜେନା ଯୋଗ ଦେଇ ବିଦାୟୀ ଶିକ୍ଷାଧିକାରୀଗଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଗୁଣାବଳୀ ଗାନ କରିଥିଲେ । ଏହି ଅବସରରେ ଅବସର ଗ୍ରହଣ କରିଥିବା ପ୍ରାକ୍ତନ ବ୍ଲକ ଶିକ୍ଷାଧିକାରୀ ବାସନ୍ତୀ କୁମାର ମିଶ୍ର, ଏବିଓ ନିଗମାନନ୍ଦ ମିଶ୍ର, ବିଆରସିସି ଅମୂଲ୍ୟ କୁମାର ମିଶ୍ର, ଏବିଓ ସୁରଥ କୁମାର ସାହୁ, ଶିକ୍ଷକ ମଧୁସୂଦନ ସାହୁ, ଶିକ୍ଷୟିତ୍ରୀ ପ୍ରେମଲତା ଖୁଣ୍ଟିଆଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାଥମିକ ଶିକ୍ଷକ ସଂଘର ବ୍ଳକ ସଭାପତି ସନାତନ ଦାସ ମଞ୍ଚ ପରିଚାଳନା, ଶିକ୍ଷକ ଅଭୟ କୁମାର ପ୍ରଧାନ ଅତିଥି ପରିଚୟ, ଅଲୋଷ୍ଟା ବ୍ଳକ ସଭାପତି ପ୍ରଣୟ କୁମାର ସିଂ ଉଦ୍ଦେଶ୍ୟ ଜ୍ଞାପନ, ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ନରେନ୍ଦ୍ର କୁମାର ସାହୁ ମାନପତ୍ର ପଠନ, ମହତାବ ମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକ ମିଳିତ ଶିକ୍ଷକ ମଞ୍ଚର କର୍ମକର୍ତ୍ତା ଅମୂଲ୍ୟ କୁମାର ଦାସ, ଗିରିଜା ଶଙ୍କର ଲେଙ୍କା, ପ୍ରଦୀପ କୁମାର ପଲେଇ, ଶୁଭେନ୍ଦୁ ବିଶ୍ୱାଳ, ଅଶୋକ ଦାସ, ନିରାକର ଜେନା, ଅରୁଣ ଜେନା, ପର୍ଶୁରାମ ନାୟକ, ଶରତ କୁମାର ନାୟକ, ବିଜୟ କୁମାର ମହାନ୍ତି, ସନ୍ତୋଷ କୁମାର ଜେନା, ଅନିରୁଦ୍ଧ ମଙ୍ଗଳ, ଗୋପିନାଥ ପୁହାଣଙ୍କ ସମେତ ସମସ୍ତ ସିଆରସିସି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।