ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ବୈଠକ 

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ସଭାଗୃହ ଠାରେ ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପାଇଁ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଡିଓ ସୁଶାନ୍ତ କୁମାର ବାରିକ, ଡିପିଓ ମହେନ୍ଦ୍ର ସାହୁ, ଜିପିଓ ନବୀନ ଚନ୍ଦ୍ର ନାୟକ, ବିକାଶର ମନୋଜ କଟୁଆଳ, ପିକ୍‌କର ଜ୍ୟୋତିଶଙ୍କର ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରାକୃତ୍ତିକ ବିପର୍ଯ୍ୟୟ ସମୟରେ ଏହାର ମୁକାବିଲା କରିବା ପାଇଁ ପ୍ରତି ଗାଁରେ ଏକ ୯ଜଣିଆ କମିଟି ଗଠନ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ପ୍ରତିଗ୍ରାମରେ ଏôତପାିଁ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରିବା ସହିତ ବାତ୍ୟା ବନ୍ୟା ପୁର୍ବରୁ କିଏ କେଉଁଠି ଆଶୟ ନେବେ ସେ ସମ୍ପର୍କରେ ସୁଚନା ପ୍ରଦାନ କରିବା ସହିତ ଗର୍ଭବତୀ ପ୍ରସୁତୀ ଓ ଭିନ୍ନକ୍ଷମ ମାନଙ୍କୁ କିପରି ନିରାପଦ ସ୍ଥାନରେ ରଖାଯିବ ସେଥିପ୍ରତି ଗୁରୁତ୍ୱ ଦିଆଯିବା ସମ୍ପର୍କରେ ସୁଚନା ଦେଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେପରି ଧନ ଜୀବନ ହାନି ନଘଟେ ସେଥିପ୍ରତି ସମସ୍ତେ ଜତ୍ନବାନ ହେବା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ବୈଠକରେ ସରପଞ୍ଚ ଅନୁସୟା ସେଠୀ, କାଞ୍ଚନ ନାଇକ, ସ୍ୱର୍ଣ୍ଣପ୍ରଭା ଜେନା, ପତିତପାବନ ନନ୍ଦ, କୌଶଲ୍ୟା ସେଠୀ, ଶ୍ରୀଧର ବେହେରା, ଜାନକୀ ଓଝା, ନକୁଳ ଦାସ, କାବେରୀ ସାହୁ, ଅନିରୁଦ୍ଧ ବେହେରା, ପିଇଓ ନରହରି ନାୟକ, ଜିତେନ୍ଦ୍ର ଜେନା, ଅମୁଲ୍ୟ ପହି, ମଧୁସ୍ମିତା ମହାନ୍ତି, ଉର୍ମିଳା ମୁର୍ମୁ, ଡମ୍ବରୁଧର ପଟ୍ଟନାୟକ, ଅନିମା ମାଝୀ, ଶରତ ବେଜପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ